www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟବ୍ୟାପୀ ତୀବ୍ର ହେଉଛି ଏସ୍‌ଏସ୍‌ବି ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ୱର : ତୀବ୍ର ହେଲାଣି ଏସ୍‌ଏସ୍‌ବି ଅଧ୍ୟାପକଙ୍କ ଆନ୍ଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ’ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପୀ ସମସ୍ତ ୪୮୮ ବର୍ଗ କଲେଜର ଅଧ୍ୟାପକା ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ଏସ୍‌ଏସ୍‌ବି ସଂଘର ନିଷ୍ପତ୍ତି କ୍ରମେ ଗୁରୁ ଦିବସଠାରୁ କଳାବ୍ୟାଜ୍ ପରିଧାନ ପୂର୍ବକ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ିଚଛି । ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକାମାନେ କଳାବ୍ୟାଜ୍ ପରିଧାନ ପୂର୍ବକ ଗାନ୍ଧି ଫଟୋଚିତ୍ର ସମ୍ମୁଖରେ ନୀରବ ପ୍ରାର୍ଥନା କରି ବିରୋଧାଭାସ ପ୍ରଦର୍ଶନ କରୁଛନ୍ତି ।

- Advertisement -

ପ୍ରକାଶଯୋଗ୍ୟ ଯେ ଗ୍ରେଡ ପେ’ ୪୬୦୦ରୁ ୫୪୦୦କୁ ବୃଦ୍ଧି କରିବା ସହ ପିଛିଲା ଭାବେ ୨୦୧୬ରୁ ଏହାକୁ ଲାଗୁ କରିବାକୁ ରାଜ୍ୟ ଏସ୍‌ଏସ୍‌ବି ଅଧ୍ୟାପକ ସଂଘ (ଓସଲା) ପକ୍ଷରୁ ଅଗଷ୍ଟ ୩୧ ତାରିଖ ଦିନ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସେପ୍ଟେମ୍ବର ୫, ଗୁରୁ ଦିବସ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ୪୮୮ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକମାନେ କଳାବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଗୁରୁ ଦିବସଠାରୁ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକ ଓ ଅଧ୍ୟାପିକାମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଛନ୍ତି ।

 

୭ ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ସେମାନେ ଅନ୍ୟ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଏସ୍‌ଏସ୍‌ବି ରାଜ୍ୟ ସଂଘର ସଭାପତି କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories