www.samajalive.in
Thursday, December 11, 2025
13.1 C
Bhubaneswar

କାଶ୍ମୀର- ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲଙ୍କ ସହ ଜଣେ ମେଜର ଏବଂ ପୁଲିସର ଡିଏସ୍‌ପି ସହିଦ

ଶ୍ରୀନଗର- କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ସେନାର ଜଣେ କର୍ଣ୍ଣେଲ୍‌ଙ୍କ ସହ ଆଉ ଜଣେ ଅଧିକାରୀ ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ବୁଧବାର ସକାଳେ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ସେନା ଏବଂ ପୁଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।

ସେନାର କର୍ଣ୍ଣେଲ୍‌ ନିଜ ଟିମ୍‌ର ନେତୃତ୍ୱ କରି ସେହି ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଆତଙ୍କବାଦୀ ତାଙ୍କ ଟିମ୍‌ ଉପରକୁ ଗୁଳି ଚଳାଇଥିଲେ । ଏଥିରେ କର୍ଣ୍ଣେଲ୍‌ଙ୍କ ସହ ଜଣେ ମେଜର ଏବଂ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ୧୯ ରାଷ୍ଟ୍ରୀୟ ରାଇଫଲ୍‌ର କର୍ଣ୍ଣେଲ୍‌ ଏହି ଟିମ୍‌ର ନେତୃତ୍ୱ କରୁଥିଲେ । ଏହାର ସୂଚନା ମିଳିବା ପରେ କାଶ୍ମୀରର ଡିଜିପି ଦିଲବାଗ ସିଂ, ଏଡିଜିପି ବିଜୟ କୁମାର ଏବଂ ଜିଓସି ଲେଫନାଣ୍ଟ ଜେନେରାଲ ରାଜୀବ ଘାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories