www.samajalive.in
Friday, December 12, 2025
16.1 C
Bhubaneswar

ବିମାନ ବନ୍ଦରରେ ଉଡ଼ାଜାହାଜ ପଛରେ ଦୌଡ଼ିଲେ ମହିଳା

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନବନ୍ଦରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଲା ଯାହା ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ବିମାନ ବନ୍ଦରରେ ଘଟି ନଥିଲା। ସାମାନ୍ୟ ବିଳମ୍ବ ପାଇଁ ବିମାନରେ ଚଢି ନପାରି ଜଣେ ମହିଳାଙ୍କୁ ବିମାନ ବନ୍ଦର ମଧ୍ୟରେ ଉଡ଼ାଜାହାଜ ପଛରେ ଦୌଡ଼ୁ ଥିବା ଦୃଶ୍ୟ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଚକିତ କରି ଦେଇଥିଲା।
ସାଧାରଣତଃ ଆମେ ଦୌଡ଼ିଦୌଡ଼ି ବସ କିମ୍ବା ଟ୍ରେନ ଧରିବାର ଦୃଶ୍ୟ ଦେଖୁଥିବାବେଳେ ଦୌଡ଼ିଦୌଡ଼ି ବିମାନ ଧରିବାକୁ ଉଦ୍ୟମ କରୁଥିବା ଦୃଶ୍ୟ ବାସ୍ତବରେ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ବିଚଳିତ କରି ଦେଇଥିଲା। ଇଣ୍ଡୋନେସିଆର ବାଲି ବିମାନବନ୍ଦରରେ ହାନା ନାମକ ମହିଳା ଜାକର୍ତ୍ତା ପାଇଁ ବିମାନରେ ଯାତ୍ରା କରିବାର ଥିଲା। ମହିଳା ଜଣକ ଉଚିତ ସମୟରେ ବୋଡ଼ିଂ ପାଇଁ ବିମାନବନ୍ଦରରେ ଉପସ୍ଥିତ ନଥିଲେ। ତେଣୁ ବିମାନ କର୍ତ୍ତୁପକ୍ଷ ତାଙ୍କୁ ଫୋନ ମଧ୍ୟ କରିଥିଲେ। ୩ଥର ଫୋନ କରିବା ପରେ ମଧ୍ୟ ହାନା ଫୋନ ଉଠାଇ ନଥିଲେ। ତେବେ ଉଠାଣର ୧୦ମିନିଟ ପୂର୍ବରୁ ମହିଳା ସୁରକ୍ଷାବଳୟ ଭେଦ କରି ବୋଡ଼ିଂ ଗେଟ ଅତିକ୍ରମ କରି ବିମାନବନ୍ଦର ଭିତରକୁ ପ୍ରବେଶ କରିଥିଲେ। ସେତେବେଳକୁ ମହିଳାଙ୍କ ବିମାନ ରନୱେ ଆଡ଼କୁ ଅଗ୍ରସର କରିବା ଆରମ୍ଭ କରିଥିଲା। ବିମାନ ପଛରେ ମହିଳାଙ୍କୁ ଦୌଡ଼ୁ ଥିବା ଦେଖି ସୁରକ୍ଷାକର୍ମୀ ତାଙ୍କ ଅଟକାଇବାକୁ ଉଦ୍ୟମ କରିଥିଲେ। କୌଣସି ଉପାୟରେ ମହିଳାଙ୍କୁ କାବୁ କରିବା ପରେ ପରବର୍ତ୍ତୀ ବିମାନରେ ତାଙ୍କୁ ଜାକର୍ତ୍ତା ପଠା ଯାଇଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories