କାମାକ୍ଷାନଗର: ସଡ଼କ ଦୁର୍ଘଟଣାରେ କାମାକ୍ଷାନଗର ଏନଏସି କାଉନସିଲରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ୫ନଂ ୱାର୍ଡ଼ର ଯୁବ କାଉନସିଲର ସରୋଜ ମହାଳିକ। ଜିରିଡାମାଳି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଦ୍ରୁତ ବେଗରେ ଆସି ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଭାବେ ସ୍ଥାନୀୟ ଲୋକଙ୍କ ସହାୟତାରେ ସରୋଜଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସରୋଜ ଚଳିତ ଥର ପ୍ରଥମଥର ପାଇଁ ଏନଏସି ନିର୍ବାଚନରେ ବିଜେଡି ଦଳ ତରଫରୁ ପ୍ରାର୍ଥୀ ହୋଇ ବିଜୟୀ ମଧ୍ୟ ହୋଇଥିଲେ।
Popular Categories



