www.samajalive.in
Friday, December 12, 2025
16.1 C
Bhubaneswar

ଭାରତ ଛାଡ଼ିଲେ ଟ୍ରୁଡୁ, ଭାରତୀୟ ବିମାନରେ ଯିବାକୁ ମନା କଲେ

ନୂଆଦିଲ୍ଲୀ/ଟରଣ୍ଟୋ: ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କୁ ଖୁବ୍‌ ଅପମାନିତ ହୋଇଛନ୍ତି। ବିମାନ ଖରାପ ଯୋଗୁଁ ଅଧିକ ଦୁଇଦିନ ଭାରତରେ ରହଣି ପରେ ମଙ୍ଗଳବାର ଅପରାହ୍ଣରେ ସେ ସ୍ବଦେଶରୁ ଆସିଥିବା ସ୍ବତନ୍ତ୍ର ବିମାନ ଯୋଗେ ବିଦାୟ ନେଇଛନ୍ତି। ତାଙ୍କ ସହ ଆସିଥିବା ୧୬ ବର୍ଷୀୟ ପୁଅ ଜାଭିଏର୍‌ ମଧ୍ୟ ଫେରିଥିଲେ। ସେ ନିଜ ଦଳ ସହ ହୋଟେଲ ‘ଲଳିତ’ରେ ୩୦ଟି କୋଠରିରେ ଅବସ୍ଥାନ କରୁଥିଲେ। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ବିମାନବନ୍ଦରରେ ବିଦାୟ ଜଣାଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। କେବଳ ସେତିକି ନୁହେଁ; ନିଜ ଦେଶରେ ମଧ୍ୟ ଟ୍ରୁଡୁ ସଂକଟର ସମ୍ମୁଖୀନ ହୋଇଛନ୍ତି।

http://ଆଜି ନିର୍ବାଚନ ଆୟୁକ୍ତ-ଜିଲାପାଳ ଆଲୋଚନା, ୯ଟି ଜିଲା ପାଇଁ ଭିଭିପାଟ୍‌ ପ୍ରସ୍ତୁତ

- Advertisement -

ସୂଚନା ଅନୁଯାୟୀ, ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନରେ ଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ମନା କରିଦେଇଥିଲେ। ଅନ୍ୟପକ୍ଷରେ କାନାଡ଼ାର ବିରୋଧୀ ଦଳ ସହ ପ୍ରମୁଖ ଗଣମାଧ୍ୟମ ଟ୍ରୁଡୋଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜି-୨୦ ବୈଠକ ଅବସରରେ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁନଥିବାରୁ ମୋଦୀ ଟ୍ରୁଡୋଙ୍କୁ ତାଗିଦା କରିଥିଲେ। ଦେଶରେ ସ୍ବାଧୀନ ମତପ୍ରକାଶ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଅନୁମତି ରହିଥିବା ଟ୍ରୁଡୁ କହିବା ପରେ ମୋଦୀ ବିରକ୍ତି ପ୍ରକାଶ କରିଥିଲେ। ମୋଦୀ ତାଙ୍କୁ ଏଥିନେଇ ଗାଳି ଦେଇଥିବା ‘ରଏଟର’ ପ୍ରକାଶ କରିଛି। କାନାଡ଼ା ଖବର କାଗଜ ଉଦ୍ଧାର କରିବା ସହ ଅନେକ ସମାଲୋଚନାମୂଳକ ଖବର ପ୍ରକାଶ କରିଛନ୍ତି। କାନାଡ଼ାର ପ୍ରମୁଖ ଖବରକାଗଜ ‘ଟରଣ୍ଟୋ ସନ୍‌’ ଏକ ଫଟୋ ପ୍ରକାଶ ପୂର୍ବକ ମୋଦୀ ଟ୍ରୁଡୁଙ୍କୁ ‘ଦିସ୍‌ ୱେ ଆଉଟ୍‌’ (ବାହାରକୁ ରାସ୍ତା) ଦେଖାଉଛନ୍ତି ବୋଲି ଉଲ୍ଲେଖ କରିଛି। ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପରେ ମୋଦୀ ଟ୍ରୁଡୁଙ୍କ ସହ କରମର୍ଦ୍ଦନ କରିବା ପରେ ତାଙ୍କୁ ଅନ୍ୟ ଦିଗକୁ ଯିବା ପାଇଁ ହାତ ଦେଖାଉଥିଲା ବେଳେ ଏହାକୁ ନକାରାତ୍ମକ ଅର୍ଥରେ ପ୍ରକାଶ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories