www.samajalive.in
Saturday, December 13, 2025
26.1 C
Bhubaneswar

ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଚୌଦ୍ୱାର: ଚୌଦ୍ୱାର ପୌରାଞ୍ଚଳ ୮ ନମ୍ବର ୱାର୍ଡ଼ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ମାଣାଧୀନ ଗୋଦାମ ଘର ନିକଟରେ ଗତ ୫ତାରିଖରେ ଘଟିଥିବା ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଚୌଦ୍ୱାର ପୁଲିସ ଗିରଫ କରଛି। ଅଭିଯୁକ୍ତ ଜଣକ ହେଲା ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଫୁଲିଝରଣ ଗ୍ରାମର ରାଜୁ ମେରେଲ (୨୮)। ତା ନିକଟରୁ ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀ ଧାର କରାଯାଉଥିବା ଏକ ଉହା (ଫାଇଲ) ଜବତ କରା ଯାଇଛି। ଆଇଆଇସି ସସ୍ମିତା ଖିଲାରଙ୍କ ସୂଚନା ଅନୁଯାୟୀ ଗତ ଚଳିତ ମାସ ୫ତାରିଖ ସୋମବାର ଦିନ ଅବକାରୀ ବିଭାଗର ନିର୍ମାଣାଧୀନ ଗୋଦାମ ଘର ବାରଣ୍ଡାରୁ ସୁନାରାମ ହେମ୍ବ୍ରମ ନାମକ ଜରି ଗୋଟାଳିର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଥିଲା। ତାଙ୍କୁ କେହି ହତ୍ୟାକରିଥିବା ସୁନାରାମଙ୍କ ଝିଅ ଟୁନୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଜୋନ୧ ଏସିପି ଅରୁଣ ସ୍ୱାଇଁ ଓ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଥିଲେ। ଘଟଣା ଘଟାଇ ଅଭିଯୁକ୍ତ ରାଜୁ ଫେରାର ହୋେଇ ଯାଇଥିଲା। ସେ ସ୍ଥାନୀୟ ବଧୀ ଶ୍ମଶାନରେ ଆତ୍ମଗୋପନ କରିଥିବା ଖବରପାଇ ମଙ୍ଗଳବାର ଦିନ ପୁଲିସ ଘଟଣାସ୍ଥଳରେ ଚଢ଼ଉ କରି ତାକୁ ଧରିଥିବା ଆଇଆଇସି ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଛି। ସୂଚନାରୁ ପ୍ରକାଶଯେ ଅଭିଯୁକ୍ତ ରାଜୁ ଓ ସୁନାରାମ ପେଷାରେ ଜରିଗୋଟାଳି ଥିଲେ। ସୁନାରାମଙ୍କ ପାଖରେ ଥିବା ପଇସାକୁ ହଡପ କରିବା ପାଇଁ ରାଜୁ ଏକ ଛୁରୀ ଧାରକରା ଫାଇଲ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ପୂର୍ବରୁ ରାଜୁ ଏକ ଅପରାଧିକ ମାମଲାରେ ଜେଲରେ ଥିବା ବେଳେ ନିକଟରେ ଜେଲରୁ ବାହାରି ଥିଲା ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories