www.samajalive.in
Monday, December 8, 2025
27.1 C
Bhubaneswar

ଚୋରୀ ଘଟଣାରେ ଜଣେ ଗିରଫ

ଫୁଲବାଣୀ: ସ୍ଥାନୀୟ ବ୍ଲକ ଛକ ନିକଟସ୍ଥ ଏକ ଦୋକାନରୁ ଗତ ୩୦ ତାରିଖ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣକୁ ଗିରଫ କରିବା ସହ ନଗଦ ୪୦ ହଜ଼ର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମର ରାଜା ରାମ ସ୍ୱାଇଁ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ସୂଚନା ପ୍ରକାରେ ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଫୁଲଵାଣୀ ଟାଉନ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଦୋକାନରେ କାମ କରୁଥିବା ରାଜା ସ୍ୱାଇଁକୁ ଅଟକ ରଖି ପଚରାଉଚରା କରିବା ପରେ ସେ ଓ ତାର ଅନ୍ୟ ଜଣେ ସହଯୋଗୀ ମିଶି ସ୍କାଇଲାଇଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡ଼ିଥିଲା। ସୂଚନା ଆଧାରରେ ପୋଲିସର ଏକ ଟିମ ଗଣିଆରେ ପହଂଚି ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିଥିଲା। ତେବେ ଅଭିଯୁକ୍ତ ଜଣକ ଜଙ୍ଗଲ ଭିତରକୁ ପଳାଇ ଫେରାର ହୋଇ ଯାଇଥିବା ପୁଲିସ କହିଛି। ଫେରାର ଅଭିଯୁକ୍ତକୁ ଖୋଜା ଚାଲିଥିବା ଆଜି ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories