www.samajalive.in
Tuesday, December 9, 2025
16.1 C
Bhubaneswar

କଳାକାର ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଂଚଳିକ କଳାକାର ସଂଘ ପକ୍ଷରୁ ସଂଘର ବିଭିନ୍ନ ଅନିୟମିତତା କୁନେଇ ୫ଦଫା ସମ୍ବଳିତ ଅଭିଯୋଗ ପତ୍ର ସୋମବାର ହରଭଙ୍ଗା ବ୍ଲକ କାର୍ଯ୍ୟଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦୀର୍ଘ ୧୨ ବର୍ଷ ହେବ ବ୍ଲକରେ କଳାକାର ସଂଘ ଗଠନ ହୋଇ କାର୍ଯ୍ୟକାରୀ ହୋଇ ଆସୁଥିଲେ ସୁଦ୍ଧା ସଂଘ ମଧ୍ୟରେ ବିଭିନ୍ନ ସମସ୍ୟା ଏବଂ ଅନିୟମିତତା ହୋଇ ଆସୁଛି । ଉପ ସଭାପତିଙ୍କ କାର୍ଯ୍ୟକାଳ ତିନି ବର୍ଷ ରହିଥିବା ବେଳେ ଦୀର୍ଘ ବର୍ଷ ହେବ ସଂଘରେ ନିର୍ବାଚନ ହୋଇନାହିଁ । ତୁରନ୍ତ ନିର୍ବାଚନ ପାଇଁ କର୍ମକର୍ତ୍ତା ଦାବି ରଖିଛନ୍ତି । ଗ୍ରାମାଂଚଳ ମାନଙ୍କରେ ଆବାହମାନ କାଳରୁ ଥିବା କଳାକାର କୋଠା ଘର ମାନଙ୍କର ସ୍ଥାୟୀ ପଟ୍ଟା ପ୍ରଦାନ, ପତ୍ୟେକ କଳାକାର ସଂଘ ମାନଙ୍କୁ ବିଭିନ୍ନ ବାଦ୍ୟ ଯନ୍ତ୍ର ଏବଂ ପୋଷାକ ବିନାମୂଲ୍ୟରେ ଯୋଗାଇ ଦେବା, ହରଭଙ୍ଗା ବ୍ଲକରେ ଏକ କଳାକର ଭବନ ନିର୍ମାଣ ଭଳି ୫ଦଫା ଅଭିଯୋଗ ପତ୍ର ଜିଲ୍ଲପାଳଙ୍କୁ ଦିଆଯାଇଛି। ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ବ୍ଲକ କଳାକାର ସଂଘ ସମ୍ପାଦକ ଅର୍ଜ୍ଜୁନ ଭୋକ୍ତାଙ୍କ ସହ ବହୁ ସଂଘ କର୍ମକର୍ତ୍ତା ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories