www.samajalive.in
Friday, December 12, 2025
26.1 C
Bhubaneswar

ଏରେଣ୍ଡେଇ ଜଙ୍ଗଲରେ ୨୨ ଘରିଆ ହାତୀପଲ

ପାଟଣା: ତିନିଦିନ ହେଲା ପାଟଣା ବ୍ଲକ ଅଞ୍ଚଳକୁ ଫେରିଛନ୍ତି ୨୨ ଘରିଆ ହାତୀପଲ। ବୈତରଣୀ ପାର ହୋଇ ବେଗୁନାଖମଣ , କୋଠାଘର, ଡୁମୁରିଆ , ତଣ୍ଡୋ ହୋଇ ଏରେଣ୍ଡେଇ ନିକଟ ବୈତରଣୀ ନଦୀ କୂଳ ଜଙ୍ଗଲରେ ଏହି ହାତୀପଲ ଡେରା ପକାଇ ଥିବାରୁ ଆଖପାଖ ଗ୍ରାମର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ସବୁ ଗ୍ରାମର ଜଙ୍ଗଲ ନିକଟରେ ଥିବା ଚାଷ ଜମିରେ ବ୍ୟାପକ କ୍ଷୟ କ୍ଷତି କରିଥିବା ଦେଖିବାକୁ ମିଳିଛି। ଏହି ହାତୀପଲ ରେଙ୍ଗାଳବେଡା ଠାରେ ଡେରା ପକାଇ ଥିବା ବେଳେହାତୀ ଦେଖଣାହାରୀଙ୍କର ୨ଟି ମଟରସାଇକେଲ ଦନ୍ତା ହାତୀ ଭାଙ୍ଗି ଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏବେ ଏରେଣ୍ଡେଇ ଆଖାପାଖ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଯଥାଶୀଘ୍ର ହାତୀ ମାନଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ବନବିଭାଗ ନିକଟରେ ଦାବି କରିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories