www.samajalive.in
Wednesday, December 10, 2025
26.1 C
Bhubaneswar

ନିଜ ପ୍ରେମିକା ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୁକ୍ତ ପ୍ରେମିକ ଗିରଫ

ଜି ଉଦୟଗିରି: ନିଜ ପ୍ରେମିକାକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୁକ୍ତ ପ୍ରେମିକକୁ ପୁଲିସ ଗିରଫ କରିଛି। ଗତ ଦୁଇ ବର୍ଷ ତଳେ ଶୁଭଶ୍ରୀ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ ଅନାମ ଦିଗାଲ। ପରବର୍ତ୍ତି ସମୟରେ ସେ ଶୁଭଶ୍ରୀଙ୍କୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲେ। ଘଟଣା ଦିନ ଅର୍ଥାତ ସୋମବାର ଦିନ ଉଭୟଙ୍କ ଯୌତୁକ ନେଣଦେଣକୁ ନେଇ ବଚସା ହୋଇଥିଲା। ଏହାପରେ ଅନାମ ପ୍ରେମିକାକୁ ମାରି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ଏବଂ ଏନେଇ ଅଭିଯୁକ୍ତ ପୁଲିସ ଆଗାରେ ମାନି ନେଇଛି ବୋଲି ତଦନ୍ତ ଅଧିକାରୀ ଅଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ଶୁଭଶ୍ରୀର ବାପାଙ୍କ ଏତଲାକୁ ଭିତିକରି ଥାନା କେସ ନୋ୧୧୬/୨୩,୩୦୨,୩୦୪(ବି )୪୯୮(ଏ ) ୪ଡିପି ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories