ଭୁବନେଶ୍ୱର: ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୩୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୨୮ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୩ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷରେ ୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ଭୁବନେଶ୍ୱର ଉପଜିଲାପାଳ ମଧୁସୂଦନ ବେହେରା, ସିଡିଏମଓ ଆର୍ତ୍ତବନ୍ଧୁ ନାୟକ, ଜୋନ- ୪ ଏସିପି ଶୁଭ ନାରାୟଣ ମୁଦୁଲି, ଅବକାରୀ ଉପ ଅଧିକ୍ଷକ ରାଜ ଶେଖର ସ୍ୱାଇଁ, ବିଡିଓ ସମ୍ପଦ କୁମାର ଦଳାଇ, ସଂପୃକ୍ତ ତହସିଲଦାର, ସାଧାରଣ ଅଭିଯୋଗ ଆସିଷ୍ଟାଣ୍ଟ କଲେକଫର ଭୁବନେଶ୍ୱରୀ କଅଁର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।



