www.samajalive.in
Monday, December 8, 2025
13.1 C
Bhubaneswar

ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ବାଧକ

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ବାଧକ ସାଜିଛି। ୧୧ ଓଭର ସୁଦ୍ଧା ପାକିସ୍ତାନ ୪୪/୨ ରନ ସ୍କୋର କରିଥିଲାବେଳେ ବର୍ଷା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ଭାରତ ୩୫୬/୨ ରନର ବିଶାଳ ସ୍କୋର କରିଛି।

କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ଭାରତ-ପାକିସ୍ତାନ ସୁପର-୪ ମ୍ୟାଚ ପୁଣି ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ପାକିସ୍ତାନର ସ୍କୋର ୧୧ ଓଭରରେ ୪୪/୨ ଥିବାବେଳେ ମ୍ୟାଚ ଅଟକିଯାଇଛି । ମ୍ୟାଚ ଅଟକିବା ବେଳକୁ କ୍ରିଜରେ ମହମ୍ମଦ ରିଜୱାନ ୧ ରନ ଓ ଫକର ଜମାନ ୧୪ ରନ କରି ଖେଳୁଛନ୍ତି। ଦିନିକିଆରେ ଡିଏଲ ମେଥଡ୍ ଅନୁସାରେ ମ୍ୟାଚର ଫଳାପଳ ବାହାରିବା ପାଇଁ ଅତି କମରେ ୨୦ ଓଭର ଖେଳ ହେବା ଆବଶ୍ୟକ। ଯଦି ଖେଳ ନହୁଏ, ତେବେ ଭାରତ ଓ ପାକିସ୍ତାନ ଉଭୟ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିବେ । ଯଦି ବର୍ଷା ଛାଡ଼ିବା ପରେ ପୁଣି ଖେଳ ହୁଏ ତେବେ ଡିଏଲ ମେଥଡ୍ ଅନୁସାରେ ପାକିସ୍ତାନ ପାଇଁ ନୂଆ ଟାର୍ଗେଟ୍ ରଖାଯିବ। ବର୍ତ୍ତମାନର ସ୍ଥିତି ଅନୁସାରେ ପାକିସ୍ତାନ ଯଦି ୨୦ ଓଭରରେ ୨୦୦ ରନ କରେ ତେବେ ବିଜୟୀ ହେବ। ସେହିପରି ୨୨ ଓଭରରେ ୨୧୬ରନ, ୨୪ ଓଭରରେ ୨୩୦ ରନ କିମ୍ବା ୨୬ ଓଭରରେ ୨୪୪ ରନ କରିବାକୁ ହେବ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories