www.samajalive.in
Monday, December 8, 2025
13.1 C
Bhubaneswar

ପ୍ରାଥମିକ ଶିକ୍ଷକ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା

କଟକ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଓଡ଼ିଶା ଆନୁକୂଲ୍ୟରେ ଶାଖା ସଂଗଠନ କଟକ ସଦର ଓ ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଦିଆଯାଇଛି । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଦାବୀ ପୁରଣ ନ କରିବାରୁ ପ୍ରାୟ ୮ଶହ ଶିକ୍ଷକ- ଶିକ୍ଷୟିତ୍ରୀ କଟକ ସଦର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ଧାରଣା  ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ। ଯେପର୍ଯ୍ୟନ୍ତ ଶିକ୍ଷକଙ୍କର ତିନି ଦଫା ଦାବୀ ପୂରଣ ନ ହୋଇଛି ସେଯାଏଁ ଧାରଣା ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।
ଠିକା ନିଯୁକ୍ତି ଓ ଏକ୍ସ କ୍ୟାଡର ଉଚ୍ଛେଦ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଓ ଠିକା ସମୟକୁ ନିୟମିତ ଚାକିରୀ କାଳରେ ଗଣନା ଏବଂ ଛଅ- ଆଠ ବର୍ଷର ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଆଦି ଦାବୀ କରାଯାଇଛି । ସେହିପରି କେନ୍ଦ୍ରୀୟ ହାରରେ ୪୨୦୦ ଗ୍ରେଡ଼ ପେ’ରେ ଦରମା ପ୍ରଦାନ ଓ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ବ୍ୟବସ୍ଥାରେ ପେନସନ୍ ପ୍ରଦାନ କରିବା ପାଇଁ ମଧ୍ୟ ଦାବୀ କରାଯାଇଛି ।
ସଙ୍ଘର ସଭାପତି ପ୍ରଭାତ କୁମାର ଷଢ଼ଙ୍ଗୀ, ମିନତୀ ଧଳ, ଉମାକାନ୍ତ ବେହେରା ଓ ସମ୍ପାଦକ ସୌର୍ଯ୍ୟ ରଞ୍ଜନ ଦାସ, ସୁନୀଲ କୁମାର ସେନାପତି ଓ ଆର୍ତ ଭଞ୍ଜନ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି । ସେହିପରି ବରିଷ୍ଠ ଓ ସାଙ୍ଗଠନିକ ନେତୃମଣ୍ଡଳୀ ରାଜକିଶୋର ସାହୁ, ସଙ୍ଗୀତା ଦାଶ, ଶେଖ୍ ସିରାଜଉଲ୍ଲା, ବିରଞ୍ଚି ବେହେରା, ଶଙ୍କର ସ୍ୱାଇଁ, ଅନାଥ ବେହେରା, ଦେବେନ୍ଦ୍ର ମୋହନ ଗମାଙ୍ଗ, ସାଜିଦ ଅଲ୍ଲୀ ଖାଁ, ସନାତନ ବେହେରା, ନିକୁଞ୍ଜ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ଶତପଥୀ, ସନ୍ତୋଷ କୁମାର ପ୍ରଧାନ ଓ ଅନ୍ୟାନ୍ୟ ସାଙ୍ଗଠନିକ ସଦସ୍ୟଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଧାରଣା ଚାଲିଛି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories