www.samajalive.in
Sunday, December 14, 2025
26.1 C
Bhubaneswar

ଏକକ ନିର୍ବାଚନ ଅସମ୍ଭବ : ପ୍ରଶାନ୍ତ

ଭୁବନେଶ୍ବର : ଦେଶରେ ଏକକ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହା ଅସମ୍ଭବ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି। ସେ କହିଛନ୍ତି, ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଏକକ ନିର୍ବାଚନ ଲାଗୁ କରାଯାଇପାରିବନି। କାରଣ ଗୋଟିଏ ସରକାର ଅଧାରୁ ମଧ୍ୟ ଭାଙ୍ଗିପାରେ। ଯଦି ବିଧାନସଭାରେ ଗୋଟେ ରାଜ୍ୟର ସରକାର ସଂଖ୍ୟାଗରିଷ୍ଠତା ହରାଇବ, ତାହାହେଲେ ସରକାର ଭାଙ୍ଗିଯିବ। ଏକକ ନିର୍ବାଚନ ହେଲେ ୫ ବର୍ଷରେ ଥରେ ଭୋଟ୍ ହେବ। ଯଦି ଏହାରି ଭିତରେ ୨ ବର୍ଷରେ ଗୋଟେ ରାଜ୍ୟରେ ସରକାର ଭାଙ୍ଗେ, ତାହାହେଲେ ଆଉ ୩ ବର୍ଷ କ’ଣ ହେବ? ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ।

ଯଦି କେନ୍ଦ୍ର ସରକାର ଅବଧି ପୂର୍ବରୁ ଭାଙ୍ଗିଯାଏ, ତାହେଲେ କ’ଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସଂସଦୀୟ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଏକକ ନିର୍ବାଚନ ସମ୍ଭବ ନୁହେଁ। ସରକାର ମଧ୍ୟ ଏହା ଜାଣିଛନ୍ତି। ଆଗକୁ ୫ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଏବଂ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ କରିବା ହେଉଛି ଏହି ଏକକ ନିର୍ବାଚନ ପଛର ଏକମାତ୍ର ଉଦ୍ଦେଶ୍ୟ। ଏହି ରାଜ୍ୟଗୁଡ଼ିକରେ ନିର୍ବାଚନକୁ ସ୍ଥଗିତ କରି ରାଷ୍ଟ୍ରପତି ଶାସନ ଲାଗୁ କରିବେ ସରକାର।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories