www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦୁଝର ଘରୋଇ ବସ୍‌‌ ମାଲିକ ସଂଘ ନିର୍ବାଚନ : ସିଂଘାଦ୍ରୀ ସଭାପତି, ମନୋରଞ୍ଜନ ସମ୍ପାଦକ

କେନ୍ଦୁଝରଗଡ଼ : ଘରୋଇ ବସ୍‌‌ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ରବିବାର ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶିତ ଫଳାଫଳ ଅନୁଯାୟୀ ସିଂଘାଦ୍ରୀ ବିହାରୀ ସାହୁ ସଭାପତି, ଦିଲ୍ଲୀପ କୁମାର ବେହେରା ଉପସଭାପତି, ମନୋରଞ୍ଜନ ମିଶ୍ର ସମ୍ପାଦକ, ନିରୋଦ କୁମାର ନାୟକ ଯୁଗ୍ମସମ୍ପାଦକ ଓ ବଳରାମ ମହାନ୍ତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ଘୋଷିତ ହୋଇଛନ୍ତି। ଉପସଭାପତି ପ୍ରାର୍ଥୀ ସୁରେଶ ଚନ୍ଦ୍ର ବାରିକ ଓ ସମ୍ପାଦକ ପ୍ରାର୍ଥୀ ମନୋରଞ୍ଜନ ସାହୁ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଦିଲ୍ଲୀପ କୁମାର ବେହେରା ଓ ମନୋରଞ୍ଜନ ମିଶ୍ର ଯଥାକ୍ରମେ ଉପସଭାପତି ଓ ସମ୍ପାଦକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷିତ ହୋଇଛନ୍ତି। ତନୱୀର ଆଲାମ ୨୩ଖଣ୍ଡ ଭୋଟ ପାଇଥିବା ବେଳେ ସିଂଘାଦ୍ରୀ ବିହାରୀ ସାହୁ ୩୬ଖଣ୍ଡ ଭୋଟ ପାଇ ୧୩ଭୋଟ ବ୍ୟବଧାନରେ ସଭାପତି ଭାବେ ବିଜୟୀ ହୋଇଛନ୍ତି। ଯୁଗ୍ମସମ୍ପାଦକ ଭାବେ ସତ୍ୟରଞ୍ଜନ ସୋରେନ ୨୯ଖଣ୍ଡ ଭୋଟ ପାଇଥିବା ବେଳେ ନିରୋଦ କୁମାର ନାୟକ ୩୦ଖଣ୍ଡ ଭୋଟ ପାଇ ମାତ୍ର ଗୋଟିଏ ଭୋଟରେ ବିଜୟୀ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ବଳରାମ ମହାନ୍ତ ୩୨ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟ କୁମାର ନାଏକ ୨୭ଖଣ୍ଡ ଭୋଟ ପାଇ ୫ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ସଂଘର ୮ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଗିତାଞ୍ଜଳି ବେହେରା, ଉତ୍ତମ କୁମାର ବେହେରା, ଲୋକନାଥ ମହାନ୍ତ, ଫିରୋଜ କୁମାର ସାହୁ, ଜ୍ୟୋତିପ୍ରକାଶ ମିଶ୍ର, ଅଞ୍ଜନ କୁମାର ମହାକୁଡ, ଦିବ୍ୟଜ୍ୟୋତି ନାୟକ ଓ ସରୋଜକୁମାର ବଘେଲବାବୁ ବିଜୟୀ ହୋଇଥିବା ବେଳେ ଯଦୁମଣୀ ସେଠୀ, ରଙ୍ଗାଧର ସେଠୀ,ବଦ୍ରି ନାରାୟଣ ମହାନ୍ତ,କହ୍ନେଇ ବାରିକ, ସୁରେଶ ଚନ୍ଦ୍ର ବାରିକ ପରାସ୍ତ ହୋଇଛନ୍ତି। ସରୋଜ କୁମାର ବଘେଲବାବୁ ଓ ଯଦୁମଣୀ ସେଠୀ ଉଭୟ ୨୭ଖଣ୍ଡ ଲେଖାଏଁ ଭୋଟ ପାଇଥିବାରୁ ଧର୍ମଗୁଳାରେ ଶ୍ରୀ ବଘେଲବାବୁ ବିଜୟୀ ଘୋଷିତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ସଂଘର ମୋଟ ୫୯ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ଜିଲା ଓକିଲ ସଂଘ କେନ୍ଦୁଝରର ବରିଷ୍ଠ ଆଇନଜୀବୀ ଗଣେଶପ୍ରସାଦ ମହାପାତ୍ର, ମୋହନ ପରିଡା ଓ ଆନନ୍ଦ କୁମାର ସାହୁ ନିର୍ବାଚନ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories