www.samajalive.in
Sunday, December 14, 2025
26.1 C
Bhubaneswar

ରକ୍ତଦାନ ଶିବିରରେ ୫୨ ୟୁନିଟ ସଂଗ୍ରହ

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ସ୍ଥିତ ଅମ୍ବିରା ନଗରଠାରେ ଆପ୍ରାଇଜ ଯୁକ୍ତ ୨ ସାଇନ୍ସ କଲେଜ, ସମ୍ବଳ ପରିବାର ଓ ଛାଭ୍ୟା ଫାଉଣ୍ଡେସନ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ଡ. ହଳଧର ନାଗ ଏହାକୁ ଉଦଘାଟନ କରିଥିଲେ। ସମ୍ବଳ ଅନୁଷ୍ଠାନର ସଭାପତି ରାମଦାସ ପଣ୍ଡା, ଛାଭ୍ୟା ଫାଉଣ୍ଡେସନର ସଭାପତି ଜିତୁ ନନ୍ଦ, ଆପ୍ରାଇଜ କଲେଜର ଚେୟାରମେନ ଜଗଦୀଶ ଚନ୍ଦ୍ର ବେହେରା, ମ୍ୟାନେଜିଂ ଡାଇରେକ୍ଟର ଅଭିଳାଷ ହୋତା, ଜନାର୍ଦ୍ଦନ ବେହେରା ଶିବିରକୁ ପରିଚାଳନା କରିଥିଲେ। ଶିବିରରେ ଅଧ୍ୟାପକ ହୃଷିକେଶ ସ୍ୱାଇଁ, ସ୍ୱରାଜ ହୋତା, ସ୍ୱାଧିନ ଛତର, ସୁବ୍ରତ ଚାନ୍ଦ, ଭକ୍ତବନ୍ଧୁ ସାହୁ, ମନୋଜ ରୋହିଦାସ, ଶିବତ୍ମକ ପଣ୍ଡା, ସୁନିତା ସିଂ, ପ୍ରିୟମ୍ବଦା ମେହେର ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ସହିତ ରକ୍ତଦାନ କରିବା ସହିତ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ନାଗ ରକ୍ତଦାନ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ପ୍ରଦାନ କରିଥିଲେ। ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଅଧିକାରୀ ଡ. ଅଲିଶା ବେହେରା, ମଣ୍ଟୁ ପ୍ରଧାନ ଙ୍କ ସମେତ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories