ପାଟଣା: ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇଡିହାଠାରେ ଅଭିଭାବକଙ୍କ ସହଭାଗିତା (ପିଏପି) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାହାରପଡା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆର ପ୍ରିତିରେଖା ମୁଖ୍ୟ ଅତିଥି, ବ୍ଲକ କୃଷି ଅଧିକାରୀ ସାହାରପଡା ବ୍ଲକ ପ୍ରଦୋଷ କୁମାର ନାୟକ ମୁଖ୍ୟବକ୍ତା, ବିଦ୍ୟାଳୟର ଏସ୍ଏମ୍ସି ଚେୟାରମ୍ୟାନ୍ ଶ୍ରୀଧର ବିଶ୍ୱାଳ ସଭାପତି, ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ନାଏକ, ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଦୀପ୍ତା କୁମାରୀ ବ୍ରହ୍ମ ସଭାରେ ଉପସ୍ଥିତ ଥିଲେ। ସଭାର ଉଦ୍ଦେଶ୍ୟ ଥିଲା ଆମ ଓଡିଶା ଆମେ ଜାଣିବା ଆମେ ଜିଣିବା। ବୈଠକରେ ତିନିଶହରୁ ଉର୍ଦ୍ଧ୍ୱ ଅଭିଭାବକ ଯୋଗଦାନ କରିଥିଲେ।
Popular Categories



