www.samajalive.in
Sunday, December 14, 2025
23.1 C
Bhubaneswar

ବାଗେଶ୍ୱରପୁର ମାର୍‍ପିଟ୍‍ ଘଟଣାରେ ଗୁରୁତର ଆହତଙ୍କ ଡାକ୍ତରଖାନାରେ ମୃତ୍ୟୁ

ପିପିଲି:ପିପିଲି ଥାନା ଅନ୍ତର୍ଗତ ବାଗେଶ୍ୱରପୁର ଗ୍ରାମରେ ଗତ ୫ ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରାମଚନ୍ଦ୍ର ସାମନ୍ତରାୟ(୫୭)ଙ୍କର ଶୁକ୍ରବାର ସଂନ୍ଧ୍ୟାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ବାଗେଶ୍ୱରପୁର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାଇ, ଗତ ୫ ତାରିଖରେ ସାମାନ୍ୟ ବାଡ ଭଙ୍ଗା ଘଟଣାକୁ କେନ୍ଦ୍ର କରି ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉଭୟ ପକ୍ଷ ଆହତ ହୋଇଥିବା ବେଳେ ରାମଚନ୍ଦ୍ର ସାମନ୍ତରାୟଙ୍କ ମୁଣ୍ଡକୁ ଏକ କାଠ ବେଣ୍ଟରେ ପିଟି ଦେବା ଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ସେ ବେହୋସ ହୋଇପଡିଥିଲେ। ମୁର୍ମୁଷ ଅବସ୍ଥାରେ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲ ଓ ପରେ ଏମ୍ସରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ସେହି ରାତିରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ୮ ତାରିଖ ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ମାର୍‍ପିଟ୍‍ ଘଟଣାକୁ ନେଇ ପିପିଲି ପୁଲିସରେ ୨ଟି ମାମଲା ରୁଜୁ ହୋଇଥିଲା। ରାମଚନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପିପିଲି ପୁଲିସ ଗତ ୭ ତାରିଖରେ ଅଭିଯୁକ୍ତ ବାପ-ପୁଅ ତଥା ରବିନାରାୟଣ ଦାଶ(୪୯) ଓ ରାକେଶ କୁମାର ଦାଶ (୨୪)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣରେ ବ୍ୟବହୃତ କାଠ ବେଣ୍ଟକୁ ପୁଲିସ ଜବତ କରିଛି। ତେବେ, ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ଉକ୍ତ ମାମଲାଟି ହତ୍ୟା ମାମଲାକୁ (ଦଫା ୩୦୨) ପରିବର୍ତ୍ତନ କରାଯାଇଥିବା ସଂପର୍କରେ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନରେ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ପୁଲିସ ଘଟଣାସ୍ଥଳ ତଥା ବାଗେଶ୍ୱରପୁର ଗ୍ରାମର ଗଣ୍ଡଗୋଳ ସ୍ଥଳରେ ତଦନ୍ତ କରିଛି। ରାମଚନ୍ଦ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ଶନିବାର ରାତିରେ ବାଗେଶ୍ୱରପୁର ଗ୍ରାମକୁ ଅଣାଯାଇ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯିବାକୁ ଥିବା ବେଳେ ପରିସ୍ଥିତି ଉପରେ ପୁଲିସ ନଜର ରଖିଥିବା ସୂଚନା ମିଳିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories