www.samajalive.in
Sunday, December 14, 2025
19.1 C
Bhubaneswar

ଖଣ୍ଡୁଆକୁ ନୂତନ ଦିଗଦର୍ଶନ ଦେଇ ନୂଆପାଟଣା ମାଟି ବିଶ୍ଵବିଦିତ

ତିଗିରିଆ :  ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଦେହରେ ଖଣ୍ଡୁଆପାଟ ଲାଗି ହୋଇଥାଏ । ଖଣ୍ଡୁଆପାଟକୁ ନେଇ ନୂଆପାଟଣା ଆଜି ବିଶ୍ୱ ବିଦିତ। ଏହାର କାରିଗର ଓ ବୁଣାକାର ଏ ମାଟିକୁ ଖାଲି ଧନ୍ୟ ଓ ଗର୍ବିତ କରି ନାହାନ୍ତି ବରଂ ଖଣ୍ଡୁଆକୁ ନୂତନ ଦିଗଦର୍ଶନ ଦେଇଛନ୍ତି। ତିଗିରିଆ ବ୍ଳକ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା ଗ୍ରାମର ନୂଆପାଟଣା ନଂ – ୧ ତନ୍ତୁବାୟ ସହଯୋଗ ସମିତି ଲିଃର ଶନିବାର ଅନୁଷ୍ଠିତ ୭୫ବର୍ଷ ପୂର୍ତ୍ତି ବା ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ମନ୍ତ୍ରୀ ରିତା ସାହୁ ଯୋଗ ଦେଇ ଏହା କହିଛନ୍ତି।

ସମିତି ସଭାପତି କେଶବ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀମତୀ ସାହୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପ୍ରଣୀସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସେବାକେନ୍ଦ୍ର ପ୍ରାକ୍ତନ ଉପନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପାତ୍ର, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ଯୁଗ୍ମ ନିର୍ଦେଶକ ଦେବଜିତ ନନ୍ଦୀ, ବୟନ ସହକାରୀ ନିର୍ଦେଶକ ନିରଞ୍ଜନ ଦେବତା, ସେରିଫେଡ ସଭାପତି ଭାଗୀରଥୀ ନନ୍ଦ, ବିଜେପୁର ବ୍ଲକ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସାହୁ ତିଗିରିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ ମାନସ କୁମାର ସାହୁ ଓ ନୂଆପାଟଣା ସରପଞ୍ଚ ସୋମନାଥ ଦାସ, ବୟନ ତତ୍ତ୍ୱାବଧାରକ ଡ. ସୁଦର୍ଶନ ବେହେରା ପ୍ରମୂଖ ମଞ୍ଚାସୀନ ଥିଲେ। ପ୍ରସନ୍ନ ତୋଷ ସ୍ଵାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ।
ପ୍ରଥମେ ଅତିଥିମାନଙ୍କ ଦ୍ଵାରା ତନ୍ତୁବାୟ ସମିତିର ପ୍ରତିଷ୍ଠାତା ସ୍ଵର୍ଗତ ଅର୍ଜୁନ ସୁବୁଦ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ସାଧାରଣ ଉପଯୋଗ କେନ୍ଦ୍ରର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ‘ହୀରକ ଜୟନ୍ତୀ ସମାରୋହ ସ୍ମାରକୀ’ ସ୍ମରଣିକା ପୁସ୍ତକ ‘ଖଣ୍ଡୁଆ ଆମ ସ୍ଵାଭିମାନ’ ର ଉନ୍ମୋଚନ କରାଯାଇଥିଲା ଏବଂ ଦକ୍ଷ କାରିଗର ଶ୍ଵେତ ବସନ୍ତ ପାତ୍ରଙ୍କୁ ଅର୍ଜୁନ ସୁବୁଦ୍ଧି ସମ୍ମାନରେ ସମ୍ମାନୀତ ଏବଂ ପାଞ୍ଚଜଣ ବୟୋଜ୍ୟେଷ୍ଠ ବୁଣାକାର ରାମଚନ୍ଦ୍ର ଦାସ, ଲାବଣ୍ୟ ଦେଇ, ହରିହର କଟୁଆଳ, ରାମଚନ୍ଦ୍ର ଦାସ, ଦୟାନିଧି ବେହେରାଙ୍କୁ ବୟୋଜ୍ୟେଷ୍ଠ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ସେହିପରି ଦୁଇଜଣ ମାଷ୍ଟର ବୁଣାକାର କାଶୀନାଥ ତୋଷ ଓ ବିଦ୍ୟାଧର ଦାସଙ୍କୁ ସମ୍ମାନୀତ କରାଯାଇଥିଲା ଏବଂ ସ୍ବର୍ଗତ ଅର୍ଜୁନ ସୁବୁଦ୍ଧିଙ୍କ ନାତି ତଥା ନୂଆପାଟଣା ନଂ-୧ ତନ୍ତୁବାୟ ସମିତିର ୧ନଂ କ୍ରମିକ ସଦସ୍ୟ ଭାବେ ରବୀନ୍ଦ୍ର କୁମାର ଦାସଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୩୦ ଜଣ ବୁଣାକାରଙ୍କୁ ଇନଭର୍ଟର ବଣ୍ଟନ କରାଯାଇଥିଲା। ଶେଷରେ ଆଠଗଡ଼ ବୟନ ମଣ୍ଡଳ ବୟନ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories