www.samajalive.in
Friday, December 12, 2025
15.1 C
Bhubaneswar

ମ୍ୟାଚ ପରିଚାଳନା ଦାୟିତ୍ବରେ ୧୬ ଅମ୍ପାୟାର

ନୂଆଦିଲ୍ଲୀ  : ଭାରତରେ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଖେଳାଯିବ। ଆଇସିସି ପକ୍ଷରୁ ମ୍ୟାଚ ପରିଚାଳନା ଲାଗି ୧୬ଜଣିଆ ଅମ୍ପାୟାର ତାଲିକା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୧୨ଜଣ ଆଇସିସି ଏମିରେଟ୍‌ସ ଏଲିଟ୍‌ ପ୍ୟାନେଲ ଓ ୪ଜଣ ଆଇସିସି ଇମର୍ଜିଂ ପ୍ୟାନେଲ ଅମ୍ପାୟାର ରହିଛନ୍ତି।
୨୦୧୯ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଲର୍ଡସରେ ଆୟୋଜିତ ଫାଇନାଲ ମ୍ୟାଚ ପରିଚାଳନା କରିଥିବା ୪ ଅମ୍ପାୟାରଙ୍କ ମଧ୍ୟରୁ ୩ଜଣ କୁମାର ଧର୍ମସେନା,ମାରାଇସ ଇରାସମସ ଓ ରୁଡ୍‌ ଟକ୍କର ରହିଥିବାବେଳେ କେବଳ ଅଲିମ୍‌ ଦାର ବାଦ୍‌ ପଡିଛନ୍ତି। ଅକ୍ଟୋବର ୫ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚରେ ଭାରତର ନୀତିନ ମେନନ ଓ ଶ୍ରୀଲଙ୍କାର କୁମାର ଧର୍ମସେନା ପଡିଆ ଅମ୍ପାୟାର, ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରୀ,ପଲ୍‌ ୱିଲସନ ଟିଭି ଅମ୍ପାୟାର ଓ ସାଇକାନ୍ତ ୪ର୍ଥ ଅମ୍ପାୟାର ଦାୟିତ୍ବ ତୁଲଇେବ।
ମନୋନୀତ ଅମ୍ପାୟାର : କ୍ରିସ ବ୍ରାୱନ, କୁମାର ଧର୍ମସେନା, ମାରାଇସ୍‌ ଇରାସମସ, କ୍ରିସ ଗାଫାନି, ମିଚେଲ ଗଗ୍‌, ଆଡ୍ରିଆନ ହୋଲ୍ଡଷ୍ଟକ୍‌, ରିଚାର୍ଡ ଇଲିଙ୍ଗୱେଥ୍‌, ରିଚାର୍ଡ କେଟେଲବର୍ଗ, ନୀତିନ ମେନନ, ଆହାସାନ ରାଜା, ପଲ୍‌ ରିଫିଲ୍‌, ସରିଫୁଦୁଲ୍ଲା ଇବାନେ ସାହିଦ୍‌, ରୁଡ୍‌ ଟକ୍କର, ଆଲେକ୍ସ ୱାରଫ, ଜୁଏଲ ୱିଲସନ, ପଲ୍‌ ୱିଲସନ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories