www.samajalive.in
Friday, December 12, 2025
14.1 C
Bhubaneswar

ଦୋକାନ ଉପରେ ଚଢାଇ ଦେଲା ଗାଡି 

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦାଦଳ ଗ୍ରାମରେ ପୂର୍ବ ଶତ୍ରୁତା ତଥା ବାକି ଟଙ୍କା ମାଗିବାରୁ ଦୋକାନ ଉପରେ ଚଢାଇ ଦେଲା ଗାଡି ।  ଜେନାପଦାଦଳ ଗ୍ରାମର ପଙ୍କଜ ନାୟକ ଏକ ସିମେଣ୍ଟ ଟ୍ରକ ଚଲାଏ । ତିନିଦିନ ପୂର୍ବରୁ କୌଣସି କାରଣରୁ ଗ୍ରାମର ସମୀର ନାୟକ ସହ ପଙ୍କଜର ପାଟିତୁଣ୍ଡ ହୋଇଥିଲା । ଶୁକ୍ରବାର ସମୀର ବାକି ଟଙ୍କା ମାଗିବାରୁ ପଙ୍କଜ ସହ ବଚସା ହୋଇଥିଲା । ପରେ ରାତିରେ ସେ ଚଳାଉଥିବା ୧୪ ଚକିଆ  ନେଇ ସମୀର ଦୋକାନ ଉପରେ ଚଢାଇ ଦେଇଥିଲା। ସମୀର ଏକ ପାନ ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ। ଟ୍ରକ ଚଢିଯିବାରୂ ସମୀରଙ୍କର ଦୋକାନଟି ଭାଙ୍ଗିରୁଜି ଚୁରମାର ହୋଇଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ଉପସ୍ଥିତ ଥିବା ଲୋକ ମାନେ ପଙ୍କଜର ଏଭଳି କାଣ୍ଡ ଦେଖି ପଙ୍କଜକୁ ବାଡାବାଡି କରିଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ପଙ୍କଜକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories