www.samajalive.in
Friday, December 12, 2025
14.1 C
Bhubaneswar

ପୁଣି ଦାଦନ ଦୁଃଖ, ହାଇଦ୍ରାବାଦର ପାଟାନଚେରୁରେ ମହିଳା ଶ୍ରମିକଙ୍କ ମୃତ୍ୟୁ

କଲମପୁର : ପେଟ ପାଇଁ ସୁଦୂର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ଏବଂ ସମ୍ପୃକ୍ତ ମହିଳାଙ୍କ ଶବ ଫେରାଇ ଆଣିବା ପାଇଁ ତାର ସ୍ୱାମୀ କଲମପୁର ପୁଲିସ ଥାନାର ଦ୍ୱାରସ୍ଥ ହେବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ ଶାଗବାରୀ ଗ୍ରାମର ଦଶରଥ ମାଝୀଙ୍କ ପତ୍ନୀ ଦାଏମତୀ (୪୦ ବର୍ଷ) ଗତ ୧୫ ଦିନ ତଳେ ଜୁନାଗଡ ଥାନା ଅଂଚଳର କିଛି ସମ୍ପର୍କୀୟଙ୍କ ସହ ସୁଦୂର ତେଲଙ୍ଗାନାର ହାଇଦ୍ରାବାଦ ସାଙ୍ଗାରେଡି ଜିଲ୍ଲା ପାଟାନଚେରୁ ଅଂଚଳକୁ କାମ କରିବା ପାଇଁ ଯାଇଥିଲା। ପୂର୍ବରୁ ମଧ୍ୟ ଦାଏମତୀ ଅନେକ ବାର ତେଲେଙ୍ଗାନା ରାଜ୍ୟର ବିଭିନ୍ନ ଅଂଚଳକୁ ଯାଇ କାମ କରିଥିଲା। ପାଟାନଚେରୁ ଠାରେ କୌଣସି ଏକ ଦାଦନ ଦଲାଲ ମାଧ୍ୟମରେ ଏକ ନିର୍ମାଣ ସଂସ୍ଥାରେ ଶ୍ରମିକ ଭାବେ ନିୟୋଜିତ ହେଇ କାର୍ଯ୍ୟ କରୁଥିଲା। କିନ୍ତୁ ଗୁରୁବାର ଦିନ ହଠାତ୍ ତାର ଦେହ ଅସୁସ୍ଥ ହେବା ଏବଂ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଇ ଫେରିବା ପରେ ପୁଣି ଅସୁସ୍ଥଏବଂ ଅପରାହ୍ନରେ ତାର ମୃତ୍ୟୁ ହେବା ଘଟଣା କୌଣସି ଏକ ସମ୍ପର୍କିୟଙ୍କ ଠାରୁ ଫୋନ ମାଧ୍ୟମରେ ସୂଚନା ପାଇଥିଲା ଦଶରଥ। ଦଶରଥ ଅତ୍ୟନ୍ତ ଗରିବ। ତେଣୁ ତାର ପତ୍ନୀର ଶବ ସେ ନିଜେ ଯାଇ ଫେରାଇ ଆଣିବା ତାପକ୍ଷେ ସମ୍ଭବ ନୁହେଁ। ତେଣୁ ତା’ର ପତ୍ନୀର ଶବ ଫେରାଇ ଆଣିବା ପାଇଁ ଶୁକ୍ରବାର ଅପରାହ୍ନରେ କଲମପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି।
ସୂଚନାଯୋଗ୍ୟଯେ, ଗତ ୫ମାସ ମଧ୍ୟରେ କଲମପୁର ଅଂଚଳର ପ୍ରାୟ ୮ଜଣ ଦାଦନଙ୍କ ମୃତ୍ୟୁ ହେଇ ସାରିଲାଣି। କିନ୍ତୁ ଶ୍ରମ ବିଭାଗ ଏଥିପ୍ରତି ନିରବ ଦର୍ଶକ। ଦିନକୁ ଦିନ ଦାଦନ ସମସ୍ୟା ଜଟିଳ ହେଉଥିବା ବେଳେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ କେତେବେଳେ ଶ୍ରମିକ ହାତ ଗୋଡ କାଟି ହେଇ ନିର୍ଯ୍ୟାତିତ ହେଇ ଫେରୁଛି ତ ପୁଣି କେତେବେଳେ ଶବ ହେଇ ଫେରୁଛି । ପୁଣି କାହାର ଭାଗ୍ୟରେ ଗାଁ ମାଟି ଜୁଟି ପାରୁ ନାହିଁ। ଅନ୍ୟ କେହି ସବୁଦିନ ପାଇଁ ନିଖୋଜ ହେଇ ଯାଉଛି । ଦାଏମତିର ଶବ ଫେରାଇ ଆଣିବା ପାଇଁ ସ୍ୱାମୀ ଆକୁଳ ନିବେଦନ କରିଥିଲେ ମଧ୍ୟ ତାର ଶବ ଫେରି ଆସିବା ନେଇ ସନ୍ଦେହ। ଦାଦନ ସମସ୍ୟାର ସମାଧାନ ପାଇଁ ନା ପ୍ରଶାସନ ଅଥବା ଜନ ପ୍ରତିନିଧ କେହି ମଧ୍ୟ ସଠିକ ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ମାନବ ଚାଲାଣ ବୃଦ୍ଧି ପାଉଛି। ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଦାଦନ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories