www.samajalive.in
Friday, December 12, 2025
14.1 C
Bhubaneswar

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶିକ୍ଷକ

କଲମପୁର : ଶିକ୍ଷକଙ୍କୁ ସର୍ବଦା ଭୁତେଇ ଆସୁଛନ୍ତି ସରକାର। ସେମାନଙ୍କ ଦାବି ପୁରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରି ଆନ୍ଦୋଳନକୁ ପ୍ରଶମିତ କରି ନିରବୀ ଯାଉଛନ୍ତି ସରକାର। ଶିକ୍ଷକ ମଧ୍ୟ ସରକାରଙ୍କ ଠାରୁ ଆଲୋଚନାର ପ୍ରତିଶୃତି ପାଇ ନିଜ କର୍ତବ୍ୟ କରି ଚାଲିଛନ୍ତି। କିନ୍ତୁ ପରିତାପର ବିଷୟ ଗୁରୁ ଦିବସ ମଧ୍ୟରେ ସରକାର ଏହି ଶିକ୍ଷକଙ୍କ ଦାବି ପ୍ରତି ଗୁରୁତ୍ୱ ଦେଇନଥିବାରୁ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ଶୁକ୍ରବାର କଲମପୁର ବ୍ଲକ ଶାଖା ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଧାରଣାରେ ବସି ରହିଛନ୍ତି । ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବା ନେଇ କର୍ମକର୍ତ୍ତା ମତବ୍ୟକ୍ତ କରିଛନ୍ତି।
ଶିକ୍ଷକ ସଂଘର ଦାବୀ ଅନୁସାରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, ମୂଳ ଦରମା ଗ୍ରେଡ ପେ’ ୪୨୦୦ ଅନୁସାରେ ଦରମା ପ୍ରଦାନ ସହ ଶିକ୍ଷା କର୍ମୀ, ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ପାଇଁ ଦାବୀ କରିଛନ୍ତି । ସେହିଭଳି ଲାଗୁ ହେଇଥିବା ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବା ପାଇଁ ସଂଘ ଦାବୀ କରିଛି। ଏହାସହ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ତୁରନ୍ତ ନିୟମିତ କରିବା ଆଦି ଦାବୀ ନେଇ ଏବେ ରାଜ ରାସ୍ତାରେ ଶିକ୍ଷକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶୁକ୍ରବାର ସଂଘର ସମ୍ପାଦକ ଶୁଭେନ୍ଦୁ କୁମାର ପଣ୍ଡା, କନିଷ୍ଠ ଶିକ୍ଷକ ସଂଘର ସଂପାଦକ ଅଜୟ କୁମାର ପଲେଇ, ବିଜେ ନାଗ, ଶଶାଙ୍କ ଶେଖର ପଣ୍ଡା, ଅଭୟ କୁମାର ତାଣ୍ଡି, ଗୋଲେକ ବାଗ, ତୁଳାରାମ ମାଝୀ, ମଧୁସ୍ମିତା ରଥ, ବିସ୍ୱ ରଞ୍ଜନ ନାୟକ, ମନ୍ମଥ କୁମାର ମିଶ୍ର, ନରେନ୍ଦ୍ର ନାଏକ, ଜୀବନ ଜ୍ୟୋତି ପ୍ରଧାନ, ନନ୍ଦିନୀ ମାଝୀ, ମମତା ପୁଝାରୀ, କୁଶଧ୍ୱଜ ଛତ୍ରିଆ, କୁବେର ଚଲାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନେତୃତ୍ୱରେ ବହୁ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ଆନ୍ଦୋଳନରେ ସାମିଲ ହେଇଛନ୍ତି।
ଶିକ୍ଷକ ମାନେ ଆନ୍ଦୋଳନରେ ସାମିଲ ହେଇଥିବା ଯୋଗୁଁ ବିଭିନ୍ନ ବିଦ୍ୟାଳୟର ପାଠପଢା ପ୍ରଭାବିତ ହେଇଛି । କେତେଦିନ ଧରି ଏହି ଆନ୍ଦୋଳନ ଜାରି ରହିବ ସେନେଇ କୌଣସି ତିଥି ଧାର୍ଯ୍ୟ ହେଇନଥିବାରୁ ଶିଶୁ ମାନଙ୍କ ଭଭିଷ୍ୟତ ନେଇ ଅବିଭାବକ ଏବେ ଚିନ୍ତିତ ହୋଇପଡିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories