www.samajalive.in
Friday, December 12, 2025
26.1 C
Bhubaneswar

୩ରେ ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଘେରିବ ଭାରତୀୟ ମଜଦୁର ସଂଘ

କେନ୍ଦୁଝରଗଡ଼ : ଜିଲାର ସଙ୍ଗଠିତ ଓ ଅଣସଙ୍ଗଠିତକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଅଣଦେଖା ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆସନ୍ତା ୧୩ ତାରିଖ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା କହିଛନ୍ତି । ସହିଦସଦନ ଠାରେ ଶୁକ୍ରବାର ସଂଘର ଜିଲା ସଭାପତି ନିହାର ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପଣ୍ଡା ଏହା କହିବା ସହ ସଂଘ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଓ ନ୍ୟାୟ ହାସଲ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦେବା ଏବଂ ମହିଳା ସଶକ୍ତିକରଣ ପାଇଁ ତା’ର ଲଢ଼େଇ ସର୍ବଦା ଜାରି ରଖିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଗିରୀଶ ଚନ୍ଦ୍ର ମହାନ୍ତ ଯୋଗଦେଇ ଆସନ୍ତା ୨୨ ତାରିଖ ଅଙ୍ଗନବାଡିକର୍ମୀ ଓ ୨୬ ତାରିଖ ଆଶାକର୍ମୀଙ୍କୁ ନେଇ ବିଧାନସଭା ଘେରାଉ କରାଯିବ ବୋଲି କହିଥିଲେ। ଏଥିସହ ବିଭିନ୍ନକ୍ଷେତ୍ରରେ କାର୍ଯ୍ୟରତ ୨ଲକ୍ଷରୁ ଅଧିକ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ଭୁବନେଶ୍ୱର ଠାରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ଶ୍ରୀ ମହାନ୍ତ କହିଥିଲେ । ଏତଦ୍‌‌ବ୍ୟତୀତ ଡିସେମ୍ବର ୩୦ ଓ ୩୧ତାରିଖ ଦୁଇଦିନ ଧରି କେନ୍ଦୁଝର ଠାରେ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଂଘ ରାଜ୍ୟ ଉପସଭାପତି ଏ.ଶ୍ରୀନିବାସ ରାଓ, ସମ୍ପାଦିକା ସୁମିତ୍ରା ମହାପାତ୍ର, କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ ପ୍ରମୁଖ କହିଛନ୍ତି । ପ୍ରାରମ୍ଭରେ ସଂଘର ରାଜ୍ୟ ସମ୍ପାଦକ ତଥା କେନ୍ଦୁଝର ଜିଲା ପ୍ରଭାରୀ ଡାକ୍ତର ମହାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବାବୁଲାଲ ମହାନ୍ତ, ସହସମ୍ପାଦକ ଚନ୍ଦନ ବଇପାଇ, ଉପସଭାନେତ୍ରୀ ବିଣାପାଣୀ ବେହେରା, ମିଡିଆ ପ୍ରମୁଖ ଅର୍ଜୁନ ବେହେରା, ତୀର୍ଥବାସୀ ମହାନ୍ତ, ମମତାରାଣୀ ବେହେରା, ସୁଷମାରାଣୀ ମହାପାତ୍ର, ରାଜ୍ୟ ଆଶାକର୍ମୀ ସମ୍ପାଦିକା ଧରିତ୍ରୀ ବାରିକ, ଜିଲା ସମ୍ପାଦିକା ବିଶାଖା ମହାନ୍ତ, ଦୀପିକା ମହାରଣା, ଗାୟତ୍ରୀ ଜେନା, ବିଶ୍ୱଭୁଷଣ ବେହେରା, ସ୍ମୃତିରଞ୍ଜନ ସେଠୀ, ଦିପ୍ତୀମୟୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories