www.samajalive.in
Friday, December 12, 2025
19.1 C
Bhubaneswar

୯ ଦଫା ଦାବିରେ ଗାଁ ସାଥୀ ସଂଘ ପକ୍ଷରୁ ବିକ୍ଷୋଭ

କେନ୍ଦୁଝରଗଡ଼ : ୯ଦଫା ଦାବିରେ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଜିଲା ଶାଖା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦୁଝର ଜିଲାର ପଞ୍ଚାୟତ ମାନଙ୍କରେ ମନରେଗା ଯୋଜନାର କାର୍ଯ୍ୟ ତଦାରଖ ପାଇଁ ନିୟୋଜିତ ସହସ୍ରାଧିକ ଗାଁ ସାଥୀ ଓ ଗ୍ରାମ ସଂଯୋଜକ ସ୍ଥାନୀୟ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ସାମିଲ ହୋଇଥିଲେ। ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ଜିଲା ଉପଦେଷ୍ଟା ମନୋସରୋଜ ପଣ୍ଡା, ମନୋଜ ପଟେଲ, ଅଜିତ କୁମାର ମହାନ୍ତ, ଉମାକାନ୍ତ ମହାନ୍ତ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନ ସଭାରେ ଯୋଗଦେଇ ଗାଁ ସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ ୯୦୦୦ଟଙ୍କା ବେତନ ସୁନିଶ୍ଚିତ କରିବା, ଜବ୍‌‌କାର୍ଡଧାରୀ ମାନଙ୍କୁ ବର୍ଷକୁ ଅନ୍ୟୁନ ୨୦୦ଦିନର କାମ ନିଶ୍ଚିତ କରିବା, ସମସ୍ତ ଲାଇନ ଡିପାର୍ଟମେଣ୍ଟରେ ଗାଁ ସାଥୀ ମାନଙ୍କୁ ନିୟୋଜିତ କରିବା, ସ୍ୱେଛାସେବୀ ସଙ୍ଗଠନର ଏନଏମଏମଏସ୍‌‌ ପଞ୍ଜିକରଣ ବନ୍ଦ କରିବା, ଗାଁ ସାଥୀ ମୋଷ୍ଟର ରୋଲରେ ଗାଁ ସାଥୀ ମାନଙ୍କ ଦୈନିକ ପାରିଶ୍ରମିକ ସପ୍ତାହକ ମଧ୍ୟରେ ପ୍ରଦାନ କରିବା, ଶ୍ରମିକ ମାନଙ୍କ ବକେୟା ମଜୁରୀ ତୁରନ୍ତ ପ୍ରଦାନ କରିବା, ପୂର୍ବରୁ ଜିଲା ଖଣିଜ ପାଣ୍ଠିରୁ ପ୍ରଦାନ କରାଯାଉଥିବା ଶ୍ରମିକ ମଜୁରୀ ୯୩ଟଙ୍କା ପୁନଃ ମନରେଗା ଶ୍ରମିକଙ୍କୁ ପ୍ରଦାନ କରିବା, ଗାଁ ସାଥୀ ମାନଙ୍କୁ ସର୍ବନିମ୍ନ ୧୦ଲକ୍ଷ ଟଙ୍କା ଜୀବନ ବୀମା ଅର୍ନ୍ତଭୁକ୍ତ କରିବା ଏବଂ ଗାଁ ସାଥୀ ମାନଙ୍କୁ ପରିଚୟପତ୍ର ପ୍ରଦାନ ଓ ତାଲିମ ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ଦାବି କରିଥିଲେ। ପରେ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏହି ଦାବି ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରିବା ସହ ତୁରନ୍ତ ଦାବି ପୁରଣ କରାନଗଲେ ବାଧ୍ୟ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ସାମିଲ ହେବୁ ବୋଲି ଉପଦେଷ୍ଟା ମନୋସରୋଜ ପଣ୍ଡା ଚେତାବନୀ ଦେଇଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories