www.samajalive.in
Friday, December 12, 2025
17.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ଅର୍ନ୍ତଜାତୀୟ ସାକ୍ଷରତା ଦିବସ

କେନ୍ଦୁଝରଗଡ଼  : ମନ୍ୟୁଷର ପ୍ରକୃତ ବିକାଶ ନିର୍ଭର କରେ ସାକ୍ଷରତା ଓ ସଚେତନତା ଉପରେ । ଧରଣୀଧର ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଅର୍ନ୍ତଜାତୀୟ ସାକ୍ଷରତା ଦିବସରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ଓଏସ୍‌‌ଡି ପ୍ରଫେସର ଡ.ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି । ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ନରେନ୍ଦ୍ର କୁମାର ସାହୁ, ସ୍ନାତ୍ତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡ.ସତ୍ୟବ୍ରତ ମିଶ୍ର ଓ ଜନସମ୍ପର୍କ ଅଧିକାରୀ ପ୍ରାଧ୍ୟାପକ ସୁଧାକର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାକ୍ଷରତା ଦିବସ ପାଳନର ଅନୁଚିନ୍ତା ପ୍ରକାଶ କରିଥିଲେ। ଇଂରାଜୀ ଅଧ୍ୟାପକ ବିକାଶ ଚନ୍ଦ୍ର ବେହେରା ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଅନୀଲ କୁମାର ଦାସ ସାକ୍ଷରତା ଦିବସ ପାଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ସ୍ନାତ୍ତକ ଛାତ୍ରୀ ସରିତା ମହାନ୍ତ, ସୁଶ୍ରୀ ସ୍ୱାଧିନତା ବାରିକ ଓ ଛାତ୍ର ଦିବ୍ୟରଞ୍ଜନ ମହାନ୍ତ ଯୋଗଦେଇ ସାକ୍ଷରତା ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ ଉନ୍ନୟନ ଅଧିକାରୀ ଡ. ସରିତା ନାୟକ, ସହକାରୀ ପ୍ରାଧ୍ୟାପକ ଡ.ସୁମନ୍ତ୍ର ନାଏକ, ସହକାରୀ ପ୍ରାଧ୍ୟାପିକା ସୁଶ୍ରୀ ଭାରତୀ ମୁଣ୍ଡା ଓ ସହକାରୀ ପ୍ରାଧ୍ୟାପିକା ଡ.ନୀରଜାନଳିନୀ ନାଏକ, ସଂସ୍କୃତ ବିଭାଗ ମୁଖ୍ୟ ଡ.ଅରୁନ୍ଧତୀ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଓଡିଆ ବିଭାଗ ସହକାରୀ ପ୍ରାଧ୍ୟାପିକା ଶୁଭସ୍ମୀତା ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories