www.samajalive.in
Friday, December 12, 2025
27.1 C
Bhubaneswar

ରାଜ୍ୟ ସରକାରଙ୍କ ସିଏସ୍‌‌ପି ପ୍ଲସ ଯୋଜନାରେ ସାମିଲ ଦାବି

କେନ୍ଦୁଝରଗଡ଼ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ହୋଇ ଜିଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ରାହକ ସେବାକେନ୍ଦ୍ର ମାନଙ୍କରେ ସିଏସ୍‌‌ପି ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ପ୍ରଣୟନ ସିଏସ୍‌‌ପି ପ୍ଲସ ଯୋଜନାରେ ସାମିଲ କରିବା ଦାବିରେ ଶୁକ୍ରବାର ଶତାଧିକ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ଧରି ସିଏସ୍‌‌ପି ଭାବେ ନିଯୁକ୍ତ ହୋଇ ସରକାରଙ୍କ ଜନହିତକର କାର୍ଯ୍ୟ ପାଇଁ ଅର୍ଥରାଶିକୁ ସିଏସ୍‌‌ପି ମାଧ୍ୟମରେ ସାଧାରଣ ଜନତାଙ୍କୁ ଯୋଗାଇ ଦେଇ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ କାର୍ଯ୍ୟକ୍ଷମ ସିଏସ୍‌‌ପି ପ୍ଲସ ଯୋଜନାରେ ମଧ୍ୟ ନୂତନ ନିଯୁକ୍ତି ପରିବର୍ତ୍ତେ ଯେଉଁସବୁ ଅଞ୍ଚଳରେ ପୂର୍ବରୁ ସିଏସ୍‌‌ପି କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ନୂତନ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ୧୦ବର୍ଷ ଧରି ଗ୍ରାହକ ସେବାକେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଆସିଥିବା ସମ୍ପର୍କରେ ଅନୁସନ୍ଧାନ କରାନଯାଇ ମନଇଛା ନୂତନ ସିଏସ୍‌‌ପି ପ୍ଲସ ନୂତନ ନିଯୁକ୍ତି କରାଗଲେ ପୂର୍ବରୁ ସିଏସ୍‌‌ପି ଦାୟିତ୍ୱ ତୁଲାଇ ଆସୁଥିବା କର୍ମଚାରୀଙ୍କ ଜୀବୀକା ପ୍ରଭାବିତ ହେବାକୁ ଥିବାରୁ ସେହି କର୍ମଚାରୀ ମାନଙ୍କୁ ସିଏସ୍‌‌ପି ପ୍ଲସ ଭାବେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ମର୍ମରେ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ୭ଦିନ ମଧ୍ୟରେ ଦାବି ପୁରଣ ନହେଲେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ସାମିଲ ହେବୁବୋଲି ସିଏସ୍‌‌ପି ଅଶୋକ କୁମାର ସାହୁ, ବିଜୟ କୁମାର ବେହେରା, ମନୋରଞ୍ଜନ ପ୍ରଧାନ, ଅଜୟ ବାରିକ, ଚନ୍ଦ୍ରବତୀ ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories