www.samajalive.in
Saturday, December 6, 2025
26.1 C
Bhubaneswar

ଜି୨୦ ଶିଖର ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ – ମାନ୍ଦାବସ୍ଥା ସତ୍ୱେ ସମ୍ପୂର୍ଣ୍ଣ ବିକାଶ

ଡେସ୍କ: ଶନିବାର ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀରେ ବିକାଶ ସମ୍ପର୍କିତ ପ୍ରସଙ୍ଗଗୁଡିକ ଅଗ୍ରାଧିକାର ଦିଆଯିବ। ଆଜି ଭାରତର ଜି୨୦ ଶେରପା ଅମିତାଭ କାନ୍ତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜି୨୦ ଶିଖର ସମ୍ମିଳନୀରେ ବିଶ୍ୱରେ ମାନ୍ଦାବସ୍ଥା ସତ୍ୱେ ସମାଵେଶୀ ବିକାଶ ଶୀର୍ଷକ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ।

ସେ କହିଛନ୍ତି, ଏହି ଶିଖର ସମ୍ମିଳନୀରେ କିଭଳି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ, ଜଳବାୟୁ କାର୍ଯ୍ୟ ପରିପ୍ରେକ୍ଷୀରେ ସବୁଜ ବିକାଶ ଉପରେ ନେତୃତ୍ୱ, ବୈଷୟିକ ବିକାଶ ଏବଂ ଡିଜିଟାଲ ଭିତ୍ତିଭୂମି ଓ ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ଆଣିବା ପାଇଁ ମହିଳା ନେତୃତ୍ୱ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ।

- Advertisement -

ଏହି ସବୁ ପ୍ରସଙ୍ଗ ବ୍ୟତୀତ ବିଶ୍ୱ ଅର୍ଥନୀତି, ଖାଦ୍ୟ ସୁରକ୍ଷା, ସ୍ଵଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଜି୨୦ ଶିଖର ସମ୍ମିଳନୀର ପ୍ରମୁଖ ବିଷୟ ହେବ। ଏହି ସମ୍ମିଳନୀରେ ଆସନ୍ତା ତିନି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କ ସହ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିବେ। ଶ୍ରୀ ମୋଦୀ ଆଜି ତାଙ୍କ ବାସଭବନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ମରିସସର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସମୀକ୍ଷା କରିବା ଏବଂ ବିକାଶମୂଳକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ବୈଠକ ଏକ ସୁଯୋଗ ଦେବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories