www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁବାର ରାଶିଫଳ (୦୭.୦୯.୨୦୨୩)

ମେଷ : ଚେତନାର ଉଳ ପ୍ରଦୀପ ହେବେ। ଭୋଗ ଭିତରେ ତ୍ୟାଗ ଓ ସୃଜନଶୀଳତା ବି ଥାଏ। ତ୍ୟାଗପୂତ ମନୋବୃତ୍ତିର ହେବେ। ବାଣିଜ୍ୟ କାରବାରରେ ଧନ ଅର୍ଜନ କରିବେ। ସତ୍‌ପରାୟଣ ହେବେ।

ବୃଷ : ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଉପରେ ଗୁରୁତ୍ବ ନ ଦେଇ ପାରିବାରିକ ସ୍ନେହ ଓ ଗୁରୁଜନଙ୍କ ଆଶୀର୍ବାଦକୁ ପାଥେୟ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ।

ମିଥୁନ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ; ମାତ୍ର ଏହା ଅହଂକାରଶୂନ୍ୟ ହେବା ଉଚିତ। ଇପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଷା ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଶତ୍ରୁକୁ ମିତ୍ରତା ବନ୍ଧନରେ ବାନ୍ଧିପାରନ୍ତି।

କର୍କଟ : ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିିଛି। ହେୟକୁ ପରିତ୍ୟାଗ କରି ଶ୍ରେୟକୁ ଗ୍ରହଣ କରିପାରନ୍ତି। ଧନମାନ ସବୁକିଛି ମିଳିବ।

ସିଂହ : ପରିବାରରୂପି କର୍ମଶାଳାକୁ ଉତ୍ତମ ରୂପେ ଅନୁଧ୍ୟାନ କରି ସାମାଜିକ ଦ୍ବାର ଦେଶରେ ଉଭା ହୋଇପାରନ୍ତି। ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି।

କନ୍ୟା : ଆପଣଙ୍କ କର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ପତ୍ନୀଙ୍କ ମନସ୍କାମନା ପୂରଣ କରି ଦାମ୍ପତ୍ୟ ଜୀବନକୁ ମଧୁମୟ କରିପାରନ୍ତି। ଈଶ୍ବର ବିଶ୍ବାସରୁ ଶାଶ୍ବତ ସୁଖର ସନ୍ଧାନ ପାଇବେ। ସୁଖୀ ଜୀବନ ବିତାଇବେ।

ତୁଳା : ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ସମ୍ମୁଖୀନ ହୋଇପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

ବିଛା : କୃଚ୍ଛ୍ର ସାଧନାରେ ଦିବ୍ୟଶକ୍ତିସମ୍ପନ୍ନ ହେବେ। ସେବା ପରାୟଣ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରି ସମର୍ପିତ ଜୀବନଯାପନ କରିପାରନ୍ତି। ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ।

ଧନୁ : ଆପଣାର କର୍ମକୁ ଈଶ୍ବରଙ୍କୁ ଅର୍ପଣ କରି ଶକ୍ତିସମ୍ପନ୍ନ ହୋଇପାରନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭାବରେ ଭାବିତ ହୋଇପାରନ୍ତି। ପାପ, ତାପ, ପରିହାରକ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।

ମକର : ବିପଦରେ କାତର କିମ୍ବା ସମ୍ପଦରେ ଅଧିର ନହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଯାହା ଆପଣଙ୍କଠାରେ ରହିଛି। ବାକ୍‌ ସଂଯମୀ ହୋଇ ପ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍‌ଜୀବିତ ରଖିବେ। ଧନର ଅନ୍ତଃପ୍ରବାହ ପ୍ରବାହିତ ହେବ।

କୁମ୍ଭ : ସତ୍ୟଧର୍ମ ପରାୟଣ ହେବେ। ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ନିଜ ଭିତରେ ଥିବା ଆଲୋକକୁ ପ୍ରକାଶ କରି ଜନ ସାଧାରଣଙ୍କ ଦୃଷ୍ଟିଗୋଚର ହୋଇପାରନ୍ତି। ସୁଖଶାନ୍ତି ମିଳିପାରେ।

ମୀନ : ପ୍ରତିକୂଳତାକୁ ଭୟ ନ କରି ଅନୁକୂଳତାକୁ ମାନିନେଲେ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ଜୀବନକୁ ନୂତନ ଓ ରସମୟ କରିପାରନ୍ତି। ଧନାଗମରେ ପରିପୂର୍ଣ୍ଣତା ଆସିପାରେ। ସର୍ବଜୟୀ ହେବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories