www.samajalive.in
Sunday, December 14, 2025
19.1 C
Bhubaneswar

ଆନ୍ତର୍ଜାତିକ କ୍ରିୟାଯୋଗୀ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମୋତ୍ସବ, ‘କସ୍ମିକ ଆଷ୍ଟ୍ରୋଲୋଜି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଭିଏସସ ନଗରସ୍ଥିତ କ୍ରିୟାଯୋଗ ଆଶ୍ରମ ଏବଂ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ କ୍ରିୟାଯୋଗୀ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଲିଖିତ ପୁସ୍ତକ ‘କସ୍ମିକ ଆଷ୍ଟ୍ରୋଲୋଜି’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅଭୟ କୁମାର ରଥ ସ୍ୱାଗତ ଭାଷଣ ଦେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସାଧୁସନ୍ୟାସୀମାନଙ୍କର ସ୍ୱାମିଜୀଙ୍କ ପ୍ରତି ଆନୁଗତ୍ୟ ଅନୁପାଳନ ଏବଂ କ୍ରିୟାଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଥିସହିତ ଅସୁସ୍ଥ ରୋଗୀମାନଙ୍କ ପାଇଁ ଏକ ଆମ୍ବୁଲାନ୍ସକୁ କ୍ରିୟାଯୋଗ ଆଶ୍ରମ ତରଫରୁ ଲୋକାର୍ପିତ କରାଯାଇଥିଲା। ସୁଶ୍ରୀ ଇନ୍ଦିରା ପଟ୍ଟନାୟକ ଓ ସୁଶ୍ରୀ ସାଗରିକା ମଣ୍ଡଳ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଅନୁଷ୍ଠାନର ସମ୍ପାଦିକା ବୀଣାପାଣି ରଥ, ଶିକ୍ଷା ଉପଦେଷ୍ଟା ବୀଣା ମହାପାତ୍ର, ନିର୍ଦେଶକ ଉମେଶ କୁମାର ମିଶ୍ର ଏବଂ ଆଶ୍ରମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା। ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମତ୍ସୋବ ପାଳନ ଅବସରରେ ଦେଶବିଦେଶରୁ ଶିଷ୍ୟ-ଶିଷ୍ୟାଙ୍କ ସମେତ ସାଧୁସନ୍ୟାସୀ ଯୋଗଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories