www.samajalive.in
Saturday, December 13, 2025
26.1 C
Bhubaneswar

ବୃଦ୍ଧଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ସ୍ଥିତ ବ୍ୟାଘ୍ରବାହିନୀ ମନ୍ଦିର ପାଖରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ମାଣାଧୀନ ଗୋଦାମ ଘର ବାରଣ୍ଡାରୁ ଜନୈକ ବ୍ୟକ୍ତିଙ୍କ ମୃତ ଦେହକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ପୌରପାଳିକା ୮ନଂ ୱାର୍ଡର ସୁନାରାମ ହେମ୍ବ୍ରମ (୬୮)। ପ୍ରାପ୍ତ ସୂଚନା ଅନୁଯାୟୀ ସୁନାରାମ ପ୍ରତିଦିନ ପରି ସୋମବାର ରାତିରେ ସ୍ଥାନୀୟ ବ୍ୟାଘ୍ରବାହିନୀ ମନ୍ଦିର ପାଖରେ ଥିବା ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ମାଣ ହେଉଥିବା ନୁତନ ଗୋଦାମ ଘରର ବାରଣ୍ଡାରେ ଶୋଇଥିଲେ। ହେଲେ ମଙ୍ଗଳବାର ସକାଳୁ ସେ ମରି ପଡ଼ିଥିବା ଏବଂ ତାଙ୍କ ମୁଣ୍ଡରେ କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା ସୁନାରାମଙ୍କ ପୁଅ ରାଜୁ ଖବର ପାଇଥିଲେ। ରାଜୁ ଓ ସାହି ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଖବରପାଇ ଜୋନ୧ ଏସିପି ଅରୁଣ ସ୍ୱାଇଁ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ। ତେବେ ସୁନାରାମଙ୍କୁ କେହି ହତ୍ୟା କରିଥିବା ସୁନାରାମଙ୍କ ଝିଅ ଟୁନୀ ବିରୁଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇବା ସହିତ ସାଇନଟିଫିକ ଟିମର ସହାୟତାରେ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories