କଣ୍ଟାବାଞ୍ଜିତା: ରାୟପୁର ବାଲକୋ ମେଡିକାଲ ସହଯୋଗରେ ସ୍ଥାନୀୟ ହରି ଭବନରେ ଅଗ୍ରୱାଲ ସଭା ଟ୍ରଷ୍ଟ ଦ୍ୱାରା ମାଗଣା କର୍କଟ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଉପସ୍ଥିତ ଥିଲେ। ଏଥିରେ ମେଡିକାଲ ମ୍ୟାନେଜମେଣ୍ଟ କନଭେନର ସତ୍ୟ ପ୍ରକାଶ ଆଚାର୍ଯ୍ୟ, ଅଗ୍ରୱାଲ ସଭାପତି ସୁରେଶ ଆର୍ଯ୍ୟ, ସଚିବ ସଞ୍ଜୟ ଗାନ୍ଧୀ, ଅଗ୍ରୱାଲ ସଭାର ସଦସ୍ୟ ସୁମିତ ଜୈନ, ମାରୱାଡି ମଞ୍ଚ ବିକାଶ ଶାଖାର ପୂର୍ବତନ ସଭାପତି ମନୀଷ ଜୈନ ଏବଂ ମାରୱାଡି ୟୁଵା ମଞ୍ଚର ପ୍ରାଦେଶିକ ସଦସ୍ୟ ଆଶିଷ ଖେତାନ ଉପସ୍ଥିତ ଥିଲେ।
Popular Categories



