www.samajalive.in
Saturday, December 13, 2025
26.1 C
Bhubaneswar

ସନାତନ ଧର୍ମକୁ ସମାପ୍ତ କରିବାର ବକ୍ତବ୍ୟର ବିରୋଧ

ସମ୍ବଲପୁର: ତାମିଲନାଡୁର ଡିଏମକେ ଦଳର ନେତା ଉଦୟନୀଧି ଷ୍ଟାଲିନ ଗତ ଶନିବାର ରାତ୍ରିରେ ସାମାଜିକ ଗଣମାଧ୍ୟମ ଜରିଆରେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ଭୂତାଣୁ ସଂକ୍ରମିତ ସହିତ ସମାନ କହିବା ସହିତ ସନାତନ ଧର୍ମକୁ ମୁଳୋତ୍ପାଟନ କରିବା ପାଇଁ ମନ୍ତବ୍ୟ ଦେଇଛନ୍ତି। ଏହାକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିରୋଧ କରାଯାଇଛି। ଉଦୟନୀଧିଙ୍କ ଏହି ମନ୍ତବ୍ୟ ସମ୍ବିଧାନର ଧାରା ୨୫ ଓ ୨୬କୁ ଅବମାନନା କରୁଛି। ଏହା କୁତ୍ସାରଟନା କରି ହିନ୍ଦୁ ସମାଜକୁ ସମାପ୍ତ କରିବା ପାଇଁ ପ୍ରରୋଚିତ। ଏହି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବା ଦ୍ୱାରା ହିନ୍ଦୁ ସମାଜର ସନାତନୀଙ୍କ ଉପରେ ଜୋର ଧାର୍ମିକ ଧକ୍କା ଦେଇଛି। ଏହା ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିହିପ ପକ୍ଷରୁ ଅଭିଯୋଗ ପତ୍ର ଦେଇ ଉଦୟନିଧିଙ୍କ ବିରୋଧରେ ହିନ୍ଦୁ ରିଲିଜନ ଆକ୍ଟ ଅନୁଯାୟୀ କଠୋର ଦଫା ଲଗାଇ ଆଇନ ଅନୁଯାୟି ଦଣ୍ଡିତ କରାଯାଉ। ଏଥି ସହ ତାଙ୍କର ବିରୋଧରେ ଧର୍ମ ଓ ଦେଶ ପରିପୁରକ ହେତୁ ଦେଶଦ୍ରୋହର ମାମଲା ରୁଜୁ କରାଗଲେ ଆଗାମୀ ଦିନରେ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବାରୁ ବିରତ ରହିବେ ବୋଲି ବିହିପ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ୍ୟ କରାଯାଇଛି। ସମ୍ବଲପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ମଙ୍ଗଳବାର ପ୍ରଦତ୍ତ ଦାବିପତ୍ର ପ୍ରଦାନ ସମୟରେ ଡା. ରାଜକୁମାର ବଡପଣ୍ଡା, ପ୍ରଦୀପ କୁମାର ବହିଦାର, ରାଜୀବ କୁମାର ଶତପଥି, ସୁଧିର ରଞ୍ଜନ ବହିଦାର, ଆର. ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories