www.samajalive.in
Sunday, December 14, 2025
23.1 C
Bhubaneswar

ଦୁଇଟି ବାଇକ୍ ସହ ୧୪୦ ଲିଟର ମଦ ଜବତ, ୩ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ସମୟରେ ଆଠଗଡ ଥାନା ଅନ୍ତର୍ଗତ ଧାଇପୁର ନିକଟସ୍ଥ କଇଥ ଛକ ଓ ଖୁଣ୍ଟୁଣୀ ଥାନା ଅଧିନ ଘଣ୍ଟିଖାଲଠାରେ ମଦ ଚାଲାଣ କରୁଥିବା ୩ ଜଣଙ୍କୁ ଅବକାରୀ ସ୍କ୍ୱାର୍ଡ କାବୁ କରି ଦୁଇଟି ବାଇକ୍ ସହ ୧୪୦ ଲିଟର ଦେଶୀମଦ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ମଙ୍ଗରାଜ ସାହିର ବିଷ୍ଣୁ ମଙ୍ଗରାଜ, ସିମିଳିପାଟଣା ଗ୍ରାମର କାହ୍ନୁଚରଣ ବେହେରା ଏବଂ ଆଠଗଡ ଥାନା ଅଧିନ ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡାପଡା ଗ୍ରାମର ବିଚିତ୍ର ନାଏକ ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories