www.samajalive.in
Thursday, December 11, 2025
16.1 C
Bhubaneswar

ସମିତିସଭ୍ୟଙ୍କୁ ଅଣଦେଖା ଅଭିଯୋଗ; ବ୍ଲକ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରୁ ଆସିଛି ସଙ୍ଗୀନ ଅଭିଯୋଗ। ଏହି ବ୍ଲକର ସିକରପାଇ ଓ କରପା ଦୁଇ ପଞ୍ଚାୟତର ସମିତିସଭ୍ୟମାନଙ୍କୁ ଅଣଦେଖା କରାଯାଉଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି। ବ୍ଲକ ପ୍ରଶାସନ ଅମାନିଆ କାର୍ଯ୍ୟ କରି ସମିତିସଭ୍ୟଙ୍କୁ ନଜଣାଇ ନିଜ ଇଚ୍ଛାରେ ପଞ୍ଚାୟତର ଯେକୌଣସି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଦୁଇ ପଞ୍ଚାୟତର ସମିତିସଭ୍ୟ ଆଜିକୁ ଦୁଇ ବର୍ଷ ହେବ ପଦ ପାଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସରକାରୀ ସୂଚନା ନଦେଇ ବ୍ଲକ ପ୍ରଶାସନ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଦୁଇ ପଞ୍ଚାୟତବାସୀ। ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବରିଷ୍ଠ କିରାଣୀ ସାରଦା ଶବରଙ୍କୁ କାରଣ ଦର୍ଶାଅ ବୋଲି ଘେରିଥିବା ଦେଖିବାକୁ ମିଳିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି କାରଣରୁ ବାହାରକୁ ଯାଇଥିବାରୁ ଚେତାବନୀ ଦେଇ କହିଛନ୍ତି ଯେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆସିଲେ ଯଦି ଏହାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆମ ସରପଞ୍ଚ, ସମିତିଙ୍କୁ ଉଚିତ ନ୍ୟାୟ ନ ମିଳିଲେ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସରପଞ୍ଚ ସୁକାନ୍ତି କାଡ୍ରାକା, ସମିତି ସଭ୍ୟା କାଞ୍ଚନ ନେମାଲିପୁରୀ, ଅଜିତ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସିନ୍ଧୁ କୁଳିସିକା, ନାଏବ ସରପଞ୍ଚ ରାଜୀବ କୁଳିସିକା, ନବୀନ ସାହୁ ସମେତ ଉପସ୍ଥିତ ରହିଥିବା ଦୁଇ ପଞ୍ଚାୟତବାସୀ କହିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories