ପୁରୀ: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନୈକ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦେହରେ ପେଟ୍ରୋଲ ଢ଼ାଳିବାକୁ ଉଦ୍ୟମବେଳେ ତାଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରୁ ସେହି ବ୍ୟକ୍ତିକୁ ଉଦ୍ଧାର କରିବା ପରେ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ବ୍ୟକ୍ତିଜଣକ ବଳିଆ ପଣ୍ଡା ବସ୍ତିର ହୋଇଥିବାବେଳେ ଆତ୍ମାହୁତି ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।
Popular Categories



