www.samajalive.in
Sunday, December 14, 2025
16.1 C
Bhubaneswar

ମହାନଦୀ ସେତୁ ସଂଯୋଗ ରାସ୍ତା ବେହାଲ ; ଅଟକିଲା ୨୦ରୁ ଅଧିକ ଗାଡି

ହରଭଙ୍ଗା : କୋଟି କୋଟି ଟଙ୍କା ବ୍ୟୟବରାଦରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କରାଯାଇଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ସାମାନ୍ୟ ୪କିଲୋମିଟର ରାସ୍ତାର ବେହାଲ ଅବସ୍ଥା ଏବେ ପଥଚାରୀ ,ଯାନବାହାନ ଯାତାୟତ ପାଇଁ କଣ୍ଟା ସାଜିଛି। ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲାର ଐତିହ୍ୟ ବହନ କରୁଥିବା ଧଳପୁର ଛକଠାରୁ ମହାନଦୀ ସେତୁକୁ ସଂଯୋଗ କରୁଥିବା ଜଗନ୍ନାଥ ସଡକରେ ଦେଖିବାକୁ ମିଳିଛି। ପ୍ରକାଶ ଯେ ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ପାଖାପାଖି ଏକ ବର୍ଷ ହେଲା ଶେଷ ହୋଇଛି।
ଯାହାଫଳରେ ଉତର ଓଡିଶା ସହିତ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାକୁ ଯୋଗାଯୋଗର ବାଟ ଫିଟିଛି। ଏହାକୁ ଦୃଷ୍ଟିରେ ରଖି ଗତ ୧ତାରିଖ ଫୁଲବାଣୀରୁ କେନ୍ଦୁଝର ଏହି ରାସ୍ତା ଦେଇ ଏକ (ଓଏସଆରଟିସି) ଭଳି ଶୀତତାପନିୟନ୍ତ୍ରିତ ସରକାରୀ ବସସେବା ଶୁଭାରମ୍ଭ କରାଯାଇଛି। ଗତ ଶନିବାର ବିଳମ୍ବିତ ରାତ୍ରୀରେ ମହାନଦୀ ସେତୁ ତଳେଯାଇଥିବା ଜଗନ୍ନାଥ ସଡକ ରାସ୍ତାରେ ଏକ ମାଲବୋଝେଇ ଟ୍ରକ କାଦୁଅ ରାସ୍ତାରେ ଫସି ଯାଇଥିଲା। ଯାହା ଫଳରେ ଏହି ରାସ୍ତା ଉପରେ ୨୦ଟି ମାଲବାହୀ ଟ୍ରକ ରାତିରେ ଦୀର୍ଘ ସମୟ ଧରି ଅଟକିଥିଲା। ଅନ୍ୟପଟେ କେନ୍ଦୁଝରରୁ ଫୁଲବାଣୀ ଫେରୁଥିବା ଓଏସଆରଟିସି ବସଟି ଏଭଳି ଅବସ୍ଥାରେ ସେଠାରୁ ବାଟ ଓଗାଳି ଆଠମଲ୍ଲିକ- କିଆକଟା ରାସ୍ତାଦେଇ ବୌଦ୍ଧ ପରେ ଫୁଲବାଣୀ ଫେରିବାକୁ ବାଧ୍ୟ ହୋଇଥିଲା। ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ବ୍ୟୟବରାଦରେ ମହାନଦୀ ଉପରେ ସେତୁ ନିର୍ମାଣ କରାଯାଇଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ମାତ୍ର ୪କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ପଛଘୁଞ୍ଚା ସେତୁ ନିର୍ମାଣର ଯଥାର୍ଥକୁ ପାଣିଚିଆ କରିଛି। ଏଭଳି ଘଟଣା ଗତ ଜୁଲାଇ ମାସରେ ଲୋକଲୋଚନକୁ ଆସିଥିବାବେଳେ ପୁର୍ନବାର ଏହାର ପୁନରାବୃତି ଘଟିଛି। ମାତ୍ର ଏଯାବତ୍ ବିଭାଗୀୟ କତୃପକ୍ଷଙ୍କ ଅବହେଳା ଯୋଗୁଁ ଜିଲ୍ଲା ବାହାରୁ ଆସୁଥିବା ପଥଚାରୀଙ୍କ ପାଇଁ ଅସନ୍ତୋଷର କାରଣ ସାଜିଛି । ଏହା ଉପରେ ପୂର୍ତବିଭାଗ ମୁଖ୍ୟ ନିର୍ମାଣଧିନ ଯନ୍ତ୍ରୀ ତୁରନ୍ତ ଦୃଷ୍ଟିଦେବା ସହ ଯୁଦ୍ଧକାଳିନ ଭିତିରେ ଧଳପୁର ପାଣି ଟାଙ୍କି ଛକ ଠାରୁ ମହାନଦୀ ସେତୁ ପର୍ଯ୍ୟନ୍ତ ଏକ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି।ସୂଚନା ଥାଉ କି ଧଳପୁର -ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ହରଭଙ୍ଗା ଠାରୁ ଖରଶଙ୍କୁଲେଇ ଜଗନ୍ନାଥ ସଡକ ରାସ୍ତା ଅବସ୍ଥା ମଧ୍ୟ ଦୟନୀୟ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଏହି ରାସ୍ତାର ପୁନଃରୁଦ୍ଧାର କରିବା ପାଇଁ ମଧ୍ୟ ଦାବୀ ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories