www.samajalive.in
Friday, December 12, 2025
23.1 C
Bhubaneswar

ଗ୍ରାହକ ସେବାକେନ୍ଦ୍ର ପ୍ଲସରେ ସାମିଲ ନେଇ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କୁ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଗ୍ରାହକ ସେବାକେନ୍ଦ୍ର ପ୍ଲସ ମାଧ୍ୟମରେ ଅନ୍ତର୍ଭୁକ୍ତ କରିବାକୁ ଆଜି ଦିବା ୧୨ଘଣ୍ଟିକା ସମୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଜିଲ୍ଲା ଗ୍ରାହକସେବା କେନ୍ଦ୍ର ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଗ୍ରାହକସେବା କେନ୍ଦ୍ର ସଂଘର ଅଭିଯୋଗ ପ୍ରକାରେ ସେମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ହୋଇ ସରକାରଙ୍କ କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମନରେଗା ଯୋଜନା, ମିଶନ ଶକ୍ତିର ସଫଳତା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟ ଏବଂ ଅର୍ଥ ରାଶି ଋଣ ଇତ୍ୟାଦି ଟଙ୍କା ନେଣ ଦେଣ ମଧ୍ୟ କରି ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାର ପୂର୍ବରୁ ଘୋଷଣା ହୋଇଥିବା ସମସ୍ତ ଗ୍ରାମପଞ୍ଚାୟତରେ ଗ୍ରାହକ ସେବାକେନ୍ଦ୍ର ପ୍ଲସ ଖୋଲି ସମସ୍ତ ଜନହିତକର ଯୋଜନାର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। କିନ୍ତୁ ଗ୍ରାହକ ସେବାକେନ୍ଦ୍ର ପୂର୍ବରୁ ଯେହେତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ଗ୍ରାହକ ସେବାକେନ୍ଦ୍ର ଖୋଲି ପ୍ରାୟ ୧୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସେବା କରୁଛୁ ତେଣୁ ଆମକୁ ଗ୍ରାହକ ସେବା କେନ୍ଦ୍ର ପ୍ଲସରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି। ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବାକୁ ଥିବା ଗ୍ରାହକ ସେବାକେନ୍ଦ୍ର ପ୍ଲସରେ ଅନ୍ତର୍ଭୁକ୍ତ କରିବାକୁ ଏବଂ ବହୁ ବର୍ଷ ପୂର୍ବରୁ ଯୋଗାଇ ଆସିଥିବା ଗ୍ରାହକସେବା କେନ୍ଦ୍ରକୁ ଗ୍ରାହକ ସେବାକେନ୍ଦ୍ର ପ୍ଲସରେ ସାମିଲ କରିବାକୁ ଜିଲ୍ଲା ଗ୍ରାହକ ସେବାକେନ୍ଦ୍ରର ସଭାପତି ଦୁଷ୍ମନ୍ତ ବେହେରାଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories