ଗୋପାଳପୁର: ଅଖିଳ ଭାରତ କୃଷକ ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ନାରୀ ନେତ୍ରୀ ଏନ୍.ଭାନୁମତୀ ରେଡ୍ଡୀଙ୍କ ନେତୃତ୍ୱରେ ୧୬ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରାୟଙ୍କୁ ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ଚାଷ ଆରମ୍ଭ ପୂର୍ବରୁ ମୃତ୍ତିକା ପରିକ୍ଷଣ, ବୈଜ୍ଞାନିକ ସର୍ବେକ୍ଷଣ, ସବୁଜ ସାରର ବ୍ୟବହାରକୁ ପ୍ରୋତ୍ସାହନ ଆଦି ରହିଛି। ବରିଷ୍ଠ ଚାଷୀ ନେତା ରମେଶ ଚନ୍ଦ୍ର କର, ପ୍ରମୋଦ କୁମାର ଦାସ, ସୀମାଞ୍ଚଳ ମିଶ୍ର, ସନ୍ତୋଷ ଦାସ, ପ୍ରଫୁଲ୍ଲ କୁମାର ଜେନା, ବିଘ୍ନରାଜ ଦଳେଇ, ଅମର ସାହୁ, ଶିବ ଜେନା, ଅମର ପାତ୍ର, ଶୁଶାନ୍ତ ପାତ୍ର, ଗଙ୍ଗାପାଣି ରେଡ୍ଡୀ ବାବୁଲା ଜେନା ସମେତ ବ୍ଲକ ଅଞ୍ଚଳର କୃଷକ ମାନେ ଯୋଗ ଦେଇଥିଲେ।
Popular Categories



