www.samajalive.in
Friday, December 12, 2025
23.1 C
Bhubaneswar

କ୍ୟାଡ଼ର ପୁନର୍ବିନ୍ୟାସରେ ବିଳମ୍ବ ପ୍ରତିବାଦରେ ଓଡ଼ିଶା କୃଷି ସେବା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଫୁଲବାଣୀ: କ୍ୟାଡ଼ର ପୁନର୍ବିନ୍ୟାସ ଦାବି ନେଇ କନ୍ଧମାଳ ଜିଲ୍ଲାର ସମୁଦାୟ ୨୩ ଜଣ କୃଷି ଅଧିକାରୀ ସାମୂହିକ ଛୁଟି ନେବା ସହ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ଯୋଜନାର ସଂଖ୍ୟା ୧୩ରୁ ବଢି ୩୯ରେ ପହଞ୍ଚିଛି, ସ୍ୱତନ୍ତ୍ର କୃଷି ବଜେଟର କାୟାକଳ୍ପ ୬୦୦ କୋଟିରୁ ବୃଦ୍ଧି ପାଇ ୬୦୦୦ କୋଟି ହୋଇଛି କିନ୍ତୁ କୃଷି ଅଧିକାରୀଙ୍କ ପଦବୀ ସଂଖ୍ୟା ୧୩୧୩ରୁ ଗୋଟିଏ ମଧ୍ୟ ବଢି ନାହିଁ ଯାହାକି ସୀମିତ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଦିନ ଦିନ ଧରି ପଦବୀଗୁଡ଼ିକ ଖାଲି ରହିବା ସହିତ ଠିକ୍ ସମୟରେ ପଦୋନ୍ନତି ମିଳୁନାହିଁ। ଗୋଟିଏ ପଦୋନ୍ନତି ପାଇଁ ଅତି କମରେ ୧୦-୧୫ ବର୍ଷ ଅପେକ୍ଷା କରିବାକୁ ପଡୁଛି। ସାଂପ୍ରତିକ ପରିସ୍ଥିତିରେ ବିଭାଗର ପ୍ରାୟ ୭୦ଭାଗ ଅଧିକାରୀ ଚାକିରିର ୨୫ ବର୍ଷ ପରେ ଗୋଟିଏ ପଦୋନ୍ନତି ପାଇଛନ୍ତି। ତେଣୁ ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନାତ୍ମକ ପନ୍ଥା ବାଛି ନେଇଛନ୍ତି ଏବଂ ଦାବି ପୂରଣ ନ ହେଲାଯାଏଁ ସମସ୍ତେ ସାମୂହିକ ଛୁଟିରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ଖରିଫ୍ ଋତୁରେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ କୃଷି ଅଧିକାରୀମାନଙ୍କର ଏହି ନିଷ୍ପତ୍ତି ଚାଷିକୂଳପାଇଁ ଚିନ୍ତାର କାରଣ ହୋଇଛି। କନ୍ଧମାଳ ଶାଖାର ସଭାପତି ପ୍ରହଲ୍ଲାଦ ସେନାପତି, ସାଧାରଣ ସମ୍ପାଦକ ରାମପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ସୁନୀତା ମିଶ୍ର, ସଦସ୍ୟ ସୋମେନ୍ଦ୍ର ବେହେରା, ଅନୀଲ କୁମାର ପ୍ରହରାଜ, ହେମନ୍ତ ଦାସ, ଜଗନ୍ନାଥ ସେନାପତି, ନୟନଦୀପ୍ତ ସ୍ବାଇଁ, ଶିବାନୀ ପ୍ରଧାନ, ସୁଦୀପ୍ତା ପ୍ରଧାନ, ଟିକେଶ୍ବର ଭୋଇ, ସ୍ଵସ୍ତିକ ସେନାପତି, ମମତା ମହାନ୍ତି, ଅଶ୍ଳେଷା ରଥ, ଆଶୁତୋଷ ସାହୁ, ଶୁଭସ୍ମିତା ସାହୁ, ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିଲେ।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories