www.samajalive.in
Monday, December 8, 2025
13.1 C
Bhubaneswar

ଯୁବକଙ୍କୁ ଛୁରାମାଡ଼ ଘଟଣା କୋର୍ଟ ଚାଲାଣ ହେଲା ନବ ଚନ୍ଦନ

ଲଡୁଗାଁ : କୋକସରା ଥାନା ଟେମରା ପଞ୍ଚାୟତ ସିର୍ଲିଗୁଡା ଗାଁରେ ହେବାକୁ ଥିବା ଗଣେଶ ପୂଜା କରିବା ପ୍ରତିବାଦରେ ନବ ତୁମୁଳକାଣ୍ଡ ଭିଆଇଛି। ନବର ଛୁରାମାଡ଼ରେ ଗ୍ରାମର ଅନ୍ୟ ଜଣେ ଯୁବକ ତରୁଣ ମାଝୀ (୪୫ ) ଗୁରୁତର ହୋଇଥିଲେ। ସୂଚନା ଯୋଗ୍ୟ ଯେ ଗ୍ରାମରେ ଗଣେଶ ପୂଜା ନିମନ୍ତେ ଉକ୍ତ ଗ୍ରାମର ଯୁବକମାନେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରୁଥିଲେ। ଅପରପକ୍ଷେ ନବ ଚନ୍ଦନ (୨୦) ନାମକ ଜଣେ ଯୁବକ ଏହାକୁ ବାରମ୍ବାର ବିରୋଧ କରି ଆସୁଥିଲା। ପୂଜା କରାଇ ଦେବ ନାହିଁ ବୋଲି ଗଣ୍ଡଗୋଳ କରୁଥିବା ଦେଖି ପୂଜା କମିଟି ସଦସ୍ୟ ମାନେ ଥାନାରେ ଅଭିଯୋଗ କରିବାକୁ ଯାଇ ଫେରିବା ସମୟରେ ଆକ୍ରୋଶ ମୂଳକ ଭାବେ ଛୁରୀରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ଡାକ୍ତରଖାନା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାର ଅଭିଯୋଗ ପରେ କୋକସରା ଥାନା କେଶ ନମ୍ବର ୨୨୨/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତାକୁ ଗିରଫ କରି ବୁଧବାର ଧାରା ୩୨୪, ୩୨୬, ୫୦୬, ୩୦୭ ଅନୁଯାୟୀ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories