www.samajalive.in
Wednesday, December 10, 2025
15.1 C
Bhubaneswar

ଟିଫିନ ବୋମା ସାମଗ୍ରୀ ଜବତ

ଫୁଲବାଣୀ : ଫିରିଙ୍ଗିଆ ଥାନା ଅଞ୍ଚଳରୁ ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି। ଏକ ଷ୍ଟିଲ ଟିଫିନ, ତାର, ବ୍ୟାଟେରୀ ଓ ସେଲୋଟେପ୍ ଜବତ ହୋଇଛି। କିଛି ଜିଲେଟିନ ମଧ୍ୟ ମିଳିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟ ଟିକରାପଦର ଠାରେ ବିଏସଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ଏକ ଗଛ ନିକଟରେ ଟିଫିନ ବୋମା ସାମଗ୍ରୀ ପଡି ରହିଥ‌ିବା ଦେଖିବାକୁ ମିଳିଥିଲା । ଟିଫିନ ବୋମା ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବାହିନୀ ପହଞ୍ଚି ଯିବାରୁ ପ୍ରସ୍ତୁତକାରୀ ଜିନିଷ ଛାଡି ଦେଇ ଚାଲି ଯାଇଥବା ଅନୁମାନ କରାଯାଉଛି। ପ୍ରକାଶ ଥାଉକି, କିଆମୁଣ୍ଡା ଅଞ୍ଚଳରେ ଗତ ଦିନରେ ମାଇନ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଗୋଚ୍ଛାପଡା ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟକ ମାଓ ଲିଫଲେଟ ପଡିଥିବା ଦେଖିବାକୁ ମିଳିଥିଲା। ଏସବୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଓ ଗତିବିଧ‌ିକୁ ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ପକ୍ଷରୁ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories