www.samajalive.in
Sunday, December 14, 2025
26.1 C
Bhubaneswar

ହୋମିଓପାଥିକ କଲେଜରେ ତାଲା ମାରିଲେ ଛାତ୍ରଛାତ୍ରୀ

ସମ୍ବଲପୁର: ସମ୍ବଲପୁରର ମାଝୀପାଲି ସ୍ଥିତ ହୋମିଓପାଥିକ କଲେଜରେ ଛାତ୍ରଛାତ୍ରୀ ବିଭିନ୍ନ ଦାବିପୂରଣକୁ ନେଇ ଗୁରୁବାର ତାଲା ମାରି ଦେଇଛନ୍ତି। ବିଭିନ୍ନ ଦାବିପୂରଣ ନେଇ ସ୍ୱାସ୍ଥ୍ୟ ବିଭାଗକୁ ପୂର୍ବରୁ ଚେତାବନୀ ଦେଇଥିବା ବେଳେ ଦାବୀପୂରଣ ସକାଶେ କଳା ବ୍ୟାଚ ପରିଧାନ କରି ଧାରଣା ଛାତ୍ରଛାତ୍ରୀ ମାନେ ଦେଉଥିଲେ। କିନ୍ତୁ ଦାବି ପୁରଣ ନ ହେବାରୁ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରି କଲେଜରେ ସେମାନେ ତାଲା ମାରିଥିଲେ। ରାଜ୍ୟରେ ଅନେକ ହୋମିଓପାଥିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ସେଗୁଡିକୁ ପୁରଣ କରାଯାଉ ନାହିଁ। ରାଜ୍ୟରେ ସାଢ଼େ ୪ କୋଟି ଜନତାଙ୍କ ପାଇଁ ଏମବିବିଏସ, ନର୍ସିଂ ପରି ପଦବୀ ସୃଷ୍ଟି କରାଯାଉଥିବା ବେଳେ ହୋମିଓପାଥି ପାଇଁ ସେଭଳି କୌଣସି ନିଯୁକ୍ତି ସୁଯୋଗ ରାଜ୍ୟ ସରକାର ସୃଷ୍ଟି କରୁ ନ ଥିବାର ଛାତ୍ରଛାତ୍ରୀ ଅଭିଯୋଗ କରି ଆସୁଛନ୍ତି। ୨୦୨୨ ମସିହାରେ ଶେଷ ଥର ପାଇଁ ଡିସ୍ପେନସରି ଖୋଲିଥିବା ବେଳେ ଜନସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ନୁଆଁ କୌଣସି ଡିସ୍ପେନସରି ଖୋଲି ନାହିଁ। ୫ ହଜାର ଜନସଂଖ୍ୟାରେ ଗୋଟିଏ ଲେଖାଏଁ ଡିସ୍ପେନସରି ରହିବାର ନିୟମ ଥିବା ବେଳେ ତାକୁ ସରକାର ପାଳନ କରୁ ନାହାନ୍ତି। ଏପରିକି ୨୦୦୨ ମସିହାରେ ପରେ ନୂତନ ପଦବୀ ସୃଷ୍ଟି ହୋଇ ନାହିଁ। ଫଳରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ଏଣୁ ଏହି ଆନ୍ଦୋଳନ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ଛାତ୍ର ଡା. ଆଶୁତୋଷ ମିଶ୍ର କହିଛନ୍ତି। ଏହି ସମସ୍ତ ଦାବିକୁ ନେଇ ଆଜି କଲେଜରେ ତାଲା ମାରି ଆନ୍ଦୋଳନରେ ଛାତ୍ରଛାତ୍ରୀ ମାନେ ବସିଛନ୍ତି। ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଦିପ୍ତିକାନ୍ତ ସିଂ କହିଛନ୍ତି ଯେ, କଲେଜରେ ତାଲା ମାରି ଦେଇଥିବାରୁ ମୁଁ ଓ ମୋର କର୍ମଚାରୀ ମାନଙ୍କ ସହିତ ବାହାରେ ରହିଛୁ। ପୂର୍ବରୁ ସେମାନେ ସୂଚନା ଦେଇଥିବା ବେଳେ ଅଚାନକ ଏଭଳି ତାଲା ମାରିଦେବେ ବୋଲି ଆମେ ଜାଣି ନ ଥିଲୁ। ଏ ବାବଦରେ ଆମେ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇ ବିହିତ ପଦକ୍ଷେପ ପାଇଁ ଅନୁରୋଧ କରିଛୁ ବୋଲି ଅଧ୍ୟକ୍ଷ ଶ୍ରୀ ସିଂ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories