www.samajalive.in
Sunday, December 14, 2025
26.1 C
Bhubaneswar

ଗାୟତ୍ରୀ ପରିବାର ପକ୍ଷରୁ ରକ୍ଷାବନ୍ଧନରେ ପିତୃତର୍ପଣ

ପାଟଣା: ପବିତ୍ର ବୈତରଣୀ କୂଳରେ କେନ୍ଦୁଝର ଜିଲ୍ଲାର ଗାୟତ୍ରୀ ପରିବାର ତରଫରୁ ଶ୍ରାବଣୀ ବା ରକ୍ଷାବନ୍ଧନ ପର୍ବରେ ପିତୃ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଗାୟତ୍ରୀ ପରିବାରର ସମସ୍ତ ପରିଜନ ମାନେ ସାମୁହିକ ଭାବରେ ପାଟଣାର ପ୍ରସିଦ୍ଧ ଶିବ ମନ୍ଦିର ଓ ପ୍ରବାହ ମାନ ପବିତ୍ର ବୈତରଣୀ ନଦୀ କୂଳରେ କୋଣ ଅନୁକୋଣରୁ ଆସି ଗାୟତ୍ରୀ କର୍ମକାଣ୍ଡ ମାଧ୍ୟମରେ ଶ୍ରାଦ୍ଧ ତର୍ପଣ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ। ପରବର୍ତ୍ତୀ ସମୟରେ ପାଟଣା ଗାୟତ୍ରୀ ପରିବାର ସମର୍ପିତ କାର୍ଯ୍ୟ କର୍ତ୍ତା ପ୍ରଫେସର ଶରତ ଚନ୍ଦ୍ର ମିଶ୍ରଙ୍କ ପରିଚାଳନାରେ ଶାନ୍ତନୁ କୁମାର ସାହୁଙ୍କ ବାସଭବନରେ ସ୍ଥାପିତ ଶାନ୍ତି କୁଞ୍ଜରୁ ଆସିଥିବା ଶକ୍ତି କଳସର ପବିତ୍ର ଦୁର୍ଲଭ ସାନିଧ୍ୟରେ ଗାୟତ୍ରୀ ମହାଯଜ୍ଞ ଆହୁତି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଗାୟତ୍ରୀ ପରିବାର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତାପ ଚନ୍ଦ୍ର ମହାନ୍ତ, ସମାଜସେବୀ ଉଦୟ ନାଏକ, ସମର୍ପିତ କାର୍ଯ୍ୟକର୍ତ୍ତା ମାୟାରାଣୀ ପୃଷ୍ଟି, ରିନା ମାଆ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories