www.samajalive.in
Sunday, December 14, 2025
26.1 C
Bhubaneswar

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଫୁଲବାଣୀ : ଫୁଲବାଣୀ ଜ଼ିଲ୍ଲା ଲେଖକ ସାମୁଖ୍ୟ ତରଫରୁ ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସଵ ରବୀନ୍ଦ୍ର ନାଥ ମିଶ୍ରଙ୍କ ସ୍ୱଭାପତିତ୍ୱରେ ପାଳିତ ହୋଇ ଯାଇଛି । ଏହି ଉଦ୍ଧେଶ୍ୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ।ଆଲୋଚନାରେ ଅବସର ପ୍ରାପ୍ତ ଅଧ୍ୟାପକ ପୂଣ୍ଣେନ୍ଦୁ ତ୍ରିପାଠୀ, ଆଲୋଚକ ଡକ୍ଟର ସୁଜିତ ପଣ୍ଡା, ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବ କିଶୋର ରଥ, ବର୍ଷୀୟାନ ଆଲୋଚକ ଅନନ୍ତ ଚରଣ ମିଶ୍ର, ରାମକୃଷ୍ଣ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ଗଙ୍ଗାଧରଙ୍କ ଜୀବନୀ ଓ ତାଙ୍କର ବିଭିନ୍ନ କାବ୍ୟ ଉପରେ ଆଲୋଚନା କରିଥିଲେ। ବିଶେଷ କରି ତପସ୍ୱିନୀ, ପ୍ରଣୟ ବଲରୀ, କୀଚକବଦ୍ଧ କାବ୍ୟ ଉପରେ ଆଲୋଚକ ମାନେ ବିଶେଷ ଦୃଷ୍ଟିପାତ କରିଥିଲେ । ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା। ଉପସ୍ଥିତ ଥିବା ପ୍ରାୟ ପଚିଶ ଜଣ କବି ଓ କଵୟତ୍ରୀ ସ୍ୱଲିଖିତ କବିତା ପାଠ କରିଥିଲେ। କବିତା ପାଠ ଶେଷରେ ସଂଯୋଜିକା ହ୍ରରପ୍ରିୟା ମିଶ୍ର ତପସ୍ୱିନୀ କାବ୍ୟର କିଛି ଅଂଶ ସ୍ୱଳଳିତ କଣ୍ଠରେ ଆବୃତ୍ତି କରିଥିଲେ। ଏହାକୁ ପ୍ରସନ୍ନ ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ବନ ବିହାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories