www.samajalive.in
Sunday, December 14, 2025
26.1 C
Bhubaneswar

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକରେ ପୂର୍ବତନ ବାଚସ୍ପତିଙ୍କ ଶୋକ

ପାତ୍ରପୁର : ପାତ୍ରପୁର ବ୍ଳକର ଦୁଇ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ଘଟିଛି । ଆମ୍ବପୂର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଅବସର ପ୍ରାପ୍ତ ଶିକ୍ଷକ ଆପନା ପ୍ରଧାନଙ୍କ ଗତ ରାତ୍ରରେ ପରଲୋକ ହୋଇଥିବା ବେଳେ  ପାତ୍ରପୁର ଗ୍ରାମର  ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ମହାନ୍ତିଙ୍କ ବୁଧବାର ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ଉଭୟେ ଅସୁସ୍ଥତା ଅନୁଭବ କରୁଥିବା ବେଳେ ତାଙ୍କର ପରଲୋକ ଘଟିଛି । ଦୁହେଁ ପାତ୍ରପୁର ବ୍ଲକରେ ଶିକ୍ଷକତା କରି ଅବସର ନେଇ ଥିଲେ। ସ୍ଵର୍ଗତ ପ୍ରଧାନଙ୍କୁ ତାଙ୍କ ଗ୍ରାମ ମହାଦେଇପୁର ଶ୍ମଶାନରେ ଏବଂ ସ୍ବର୍ଗତ ମହାନ୍ତିଙ୍କର ପାତ୍ରପୁର ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ବହୁ ବ୍ୟକ୍ତି  ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଦୁଇ ଶିକ୍ଷକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories