www.samajalive.in
Sunday, December 14, 2025
26.1 C
Bhubaneswar

ଅଗଷ୍ଟରେ ୧୮୩ମି.ମି କମ୍ ବର୍ଷା,ଚିନ୍ତାରେ ଚାଷୀ 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ଧାରା ଶ୍ରାବଣରେ ନିଅଟିଂଆ ବର୍ଷା ପରିଲିକ୍ଷିତ ହୋଇଛି। ଅଗଷ୍ଟ ମାସ ୨୯ତାରିଖ ସୁଦ୍ଧା ବ୍ଲକରେ ୩୦୫ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୯ଦିନ ମଧ୍ୟରେ ମାତ୍ର ୦୭ଦିନ ବର୍ଷା ହୋଇଥିବାବେଳେ ପ୍ରଥମ ସପ୍ତାହରେ ୪ଦିନ ,ଦ୍ୱିତୀୟସପ୍ତାହରେ ଆଦୌ ବର୍ଷା ନାହିଁ ,ତୃତୀୟ ସପ୍ତାହରେ ୩ଦିନ ବର୍ଷା ପରେ ଚତୁର୍ଥ ସପ୍ତାହରେ ଲଗାତାର ୦୯ ଦିନ ହେଲା ବର୍ଷାର ଉଭାନ ଫଳରେ ଟାଣ ଖରାରେ ଧାନ ବିଲ ଶୁଖିଲା ଅବସ୍ଥାରେ ପଂହଚିଲାଣି। ଏମିତିକି କାଁ ଭାଁ ସ୍ଥାନରେ ବର୍ଷାଅଭାବ ଯୋଗୁଁ ମାଟି ଫାଟି ଆଁ କଲାଣି। ଅଗଷ୍ଟ ମାସରେ ୪୮୮.୮ ମି.ମି ବର୍ଷା ଯାଗାରେ ମାତ୍ର ୩୦୫ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ଯାହାଫଳରେ ବର୍ତମାନ ସୁଦ୍ଧା ଅଗଷ୍ଟ ମାସରେ ୧୮୩ମି.ମି କମ୍ ବର୍ଷା ହୋଇଥିବା ଜଣାପଡିଛି। ଅନ୍ୟପଟେ ବର୍ଷାର ଅଭାବ ଯୋଗୁଁ ସବୁ ଜଳସେଚନ ପ୍ରକଳ୍ପ ଶୁଖିଲା ପଡିଛି। ଆଗକୁ ଭଲ ବର୍ଷା ନହେଲେ ମରୁଡି ପରିସ୍ଥିତି ସମ୍ଭାବନା ସୃଷ୍ଟି ହେବା ଯଥେଷ୍ଟ ମାତ୍ରାରେ ଆଶଙ୍କା ରହିଛି।
ବ୍ଲକରେ ଧାନଚାଷ ପାଇଁ ୧୫ ହଜାର ୪୫୦ ହେକ୍ଟର, ଅଣଧାନ ଚାଷପାଇଁ ୯ ହଜାର ୭୮୫ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୮ହଜାର ୧୨୪ ହେକ୍ଟର ଚାଷ ଜମିରେ ଜଳସେଚନ ପାଇଁ ସୁବିଧା ରହିଛିି।
ସୂଚନା ଅନୁସାରେ ଚଳିତ ବର୍ଷ ବ୍ଲକରେ ଜୁନ୍ ମାସରେ ଧାର୍ଯ୍ୟ ପରିମାଣ ୨୩୩.୮୦ମି.ମି ବର୍ଷା ଯାଗାରେ ୯୧.୪ ପ୍ରତିଶ୍ରତ ବର୍ଷା ହୋଇଛି। ଯାହାକି ଜୁନ୍ ମାସରେ ୧୪୨ମି.ମି କମ୍ ବର୍ଷା ହୋଇଛି। ଜୁଲାଇରେ ୪୧୮.୫୦ ମି.ମି ବର୍ଷା ହେବା ଯାଗାରେ ମାତ୍ର ୪୬୩ମି.ମି ବର୍ଷା ହୋଇଛି । ଯାହାକି ଜୁଲାଇରେ ୪୫ମି.ମି ଅଧିକ ବର୍ଷା ହୋଇଛି। ଅଗଷ୍ଟ ମାସରେ ସର୍ବାଧିକ ୪୮୮ ମି.ମି ବର୍ଷା ଆବଶ୍ୟକ ଥିବାବେଳେ ୨୯ ତାରିଖ ସୁଦ୍ଧା ମାତ୍ର ୩୦୫ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ଜୁଲାଇ ମାସରେ ଭଲବର୍ଷା ହୋଇଥିବାବେଳେ ଅଗଷ୍ଟ ମାସରେ ବର୍ଷାର ଅନୁପାତ କମ୍‌‌ ଯୋଗୁଁ ବର୍ତମାନ ୪୦ ପ୍ରତିଶ୍ରତ ଜମିରେ ପାଣିର ଅଭାବ ପରିଲିକ୍ଷିତ ହୋଇଛି। ଲଗାତାର ବର୍ଷାଭାବ ସାଙ୍ଗକୁ ପ୍ରଚଣ୍ଡ ଖରା ଯୋଗୁଁ ଧାନ ଜମିରେ ପାଣି ଅଭାବରୁ ଫାଟି ଆଁ କଲାଣି।ଅନ୍ୟପଟେ ବର୍ଷାଭାବ ଯୋଗୁଁ ଖେଳୁଆ କାମ ସହିତ ଅଳିଆ ବଛା କାର୍ଯ୍ୟ ପଛେଇ ଯିବାରୁ ଧାନ ବିଲ ଘାସ,ବାଳୁଙ୍ଗା ମୟ ହେବାକୁ ବସିଲାଣି। ଦିନେ ଦୁଇଦିନ ମଧ୍ୟରେ ଭଲ ବର୍ଷା ନହେଲେ ବ୍ଲକରେ ଧାନ ଚାଷ ଉଜୁଡିଯିବା ମଧ୍ୟ ଆଶଙ୍କା ଦେଖାଦେଲାଣି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories