www.samajalive.in
Saturday, December 13, 2025
26.1 C
Bhubaneswar

ବୁଧବାର ରାଶିଫଳ (୩୦.୦୮.୨୦୨୩)

ମେଷ: ସରକାରଙ୍କ ତରଫରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ପ୍ରାପ୍ତ ହେବେ। ଉତ୍ତମ ଗୁଣର ଆଧାର ହେବେ। ବିବାଦରେ ବିଜୟୀ ହେବେ।
ବୃଷ: ଧନବାନ୍‌ ହେବେ। ମହିଳାମାନଙ୍କର ବିଶ୍ବାସର ପାତ୍ର ହେବେ। ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମିଥୁନ: ସ୍ବାସ୍ଥ୍ୟ ହାନିର ସୂଚନା ମିଳୁଛି। ଚୋର ଓ ଶତ୍ରୁ ଭୟ ପ୍ରତି ସତର୍କ ହେବେ। ସରକାରଙ୍କ କୋପ ଦୃଷ୍ଟି ପଡ଼ିପାରେ। ଚିତ୍ତ ଆବିଳ ରହିବ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।
କର୍କଟ: ମନୋରମା କନ୍ୟା ସହିତ ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ସୁବର୍ଣ୍ଣାଦି ମୂଲ୍ୟବାନ୍‌ ଅଳଙ୍କାର ଲାଭର ସୂଚନା ମିଳୁଛି। ବନ୍ଧୁ ମିଳନରେ ଉପକୃତ ହେବେ। ସେବାରତ୍ନ ପୁରସ୍କାର ମିଳିପାରେ।
ସିଂହ: ଭାଇମାନଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଜୀବନ ଧାରଣ ପାଇଁ ବିକଳ୍ପ ପ୍ରଥା ଅବଲମ୍ବନ କରିପାରନ୍ତି।
କନ୍ୟା: କନ୍ୟା, ପୁତ୍ର, ପୌତ୍ରଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ଆଗକୁ ପ୍ରବେଶିକା ପରୀକ୍ଷା ଥିବାରୁ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: କୃଷି କ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପରିଶ୍ରମର ମୂଲ୍ୟ ମିଳିବ। ଯଦିଓ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟେ, ପରେ ସୁଧାର ଆସିବ।
ବିଛା: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନ ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ଧନୁ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ, ହୃଷ୍ଟଚିତ୍ତ, ଅତିସୁଖୀ, କୀର୍ତ୍ତିଶାଳୀ, ପ୍ରପୁଲ୍ଲ ମୁଖ ଓ ରୂପବାନ୍‌ ହେବେ।
ମକର: ଭଲ ରୋଜଗାର ହେବ। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍‌ ଓ ରୂପବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ମହତ୍‌ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ।
କୁମ୍ଭ: ବିବାଦୀୟ ବିତର୍କରୁ ଓହରିଯାଇପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡା, କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିବେ।
ମୀନ: ନାନାବିଧ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। ପ୍ରସନ୍ନ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ ହେବେ। ଭଲ କାମ କରି ପ୍ରଶଂସାର ପାତ୍ର ହେବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories