www.samajalive.in
Sunday, December 14, 2025
23.1 C
Bhubaneswar

ଗଡୁଛି ଟମାଟୋ, ଶଢୁଛି ଚାଷୀ

ଗୁଦେରପାଲି : ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ କ୍ରମାଗତ ମରୁଡ଼ିର ଶିକାର ହୋଇ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ସମୟରେ ଏବେ ଟମାଟୋ କିଲା ପିଛା ୫୦ ପଇସା ଓ ବାଇଗଣ କିଲୋ ପିଛା ଏକଟଙ୍କା ଚାଷୀର ମେରୁହାଡ଼କୁ ଭାଙ୍ଗି ଦେଇଛି। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏହି ଅଞ୍ଚଳର ଚାଷୀ। ଅଞ୍ଚଳର ଚାଷୀ ଟମାଟୋ କିଆରିକୁ ଯିବାକୁ ଭୁଲିଯାଇ ଗାଈଗୋରୁଙ୍କ ଚରା ଭୂଇଁ କରିଛି। ଟମାଟୋ ଓ ବାଇଗଣ ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିରହିଛନ୍ତି। ବିଶେଷକରି
ଗାଇସିଲେଟ ବ୍ଲକ ଅଞ୍ଚଳରେ ଟମାଟୋ ଓ ବାଇଗଣ ଚାଷ ହୋଇଥାଏ। ମରୁଡ଼ିର ମାଡ଼ ଖାଇ ଖାଇ ଚାଷୀ
ଧାରକରଜ କରି ପନିପରିବା କରୁଛି। ଧାନ ଚାଷ କ୍ଷେତ୍ରରେ ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇଆସୁଥିବା ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ପନିପରିବାରୁ କିଛି ଆଶା ରଖିଥିଲେ। ତେବେ ବିଗତ ପ୍ରାୟ ଦୁଇସପ୍ତାହ ହେଲା ଟମାଟୋ ଓ ବାଇଗଣ ଦର ମାତ୍ରାଧିକ କମିଯିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏହି ଅଞ୍ଚଳରୁ ଟମାଟୋ, ବାଇଗଣ, କଞ୍ଚାଲଙ୍କା ଆଦି ପନିପରିବାର ଭୁବନେଶ୍ୱର, କଟକ, ଅନୁଗୁଳ, ରାୟପୁର ଆଦି ଅଞ୍ଚଳକୁ ଯାଇଥାଏ। ଏବେ କିଛି ସ୍ଥିତି ଓଲଟି ଯାଇଛି। ଚାଷୀ ଆଉ ବିଲକୁ ଯାଉ ନାହିଁ। ଟମାଟୋ ହାଟରେ, ବାଟରେ ଓ ବିଲରେ ସଢ଼ୁଛି। ଗାଇସିଲେଟ ବ୍ଲକର ଗୁଦେରପାଲିରେ ପ୍ରାୟ ୬୫ଏକର, ଖଲାବାହାଲରେ ୪୦ ଏକର, ତେଲମହୁଲରେ ୪୫ଏକର, କେର୍ମେଲିରେ ୪୦ ଏକର, ବେହେରାବାହାଲିରେ ୨୦ ଏକର, ନୂଆଁପାଲିରେ ପ୍ରାୟ ୧୦ ଏକର ଟମାଟୋ ଚାଷ ହୋଇଥିଲା। ଏହାସହ ଜଗଲପାଟ ଅଞ୍ଚଳରେ ମଧ୍ୟ ବ୍ୟାପକ ଟମାଟୋ ଚାଷ ହୋଇଥିଲା। ପଦ୍ମପୁର ଉପଖଣ୍ଡରେ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଟମାଟେ ରଖିବ କେଉଁଠି, ବିକିବ କେତେରେ, ମଜୁରୀଆକୁ ମଜୁରୀ ଦେବ କେତେ ଏହି ଚିନ୍ତାରେ ବିଲରୁ ମୁହଁ ମୋଡ଼ି ଦେଇଛି। ଏବେ ଅଞ୍ଚଳର ଶହ ଶହ ଏକର ଟମାଟୋ ଚାଷ କିଆରିରେ ଟମାଟୋ ସଢ଼ୁଛି ତଥା ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। ପଦ୍ମପୁର ଉପଖଣ୍ଡରେ ଏକ ଶୀତଳ ଭଣ୍ଡାରର ନିହାତି ଆବଶ୍ୟକତା ଥିଲେ ହେଁ କାହାରି ଦୃଷ୍ଟିକୁ ଆସୁ ନାହିଁ। ଏପରିକି ବ୍ଲକର କେଉଁ ଅଞ୍ଚଳରେ କି କି ପନିପରିବା ଓ କେତେ ପରିମାଣର ପନିପରିବା ଚାଷ ହୋଇଛି ତାହା କୃଷି ଅଧିକାରୀ ଜଣା ନ ଥାଏ। କୃଷି ବିଭାଗୀୟ ଅଧିକାରୀ ମାନେ ଯଦି ଚାଷୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଉଥାନ୍ତେ ତେବେ ଅଞ୍ଚଳର ଚାଷୀର କିଛି ମାତ୍ରରେ ସଳଖି ଯାଆନ୍ତା ବୋଲି ଚାଷୀ ନେତା କିଶୋର ଦେବତା ଅଭିଯୋଗ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories