www.samajalive.in
Sunday, December 14, 2025
23.1 C
Bhubaneswar

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ଖୁଣ୍ଟୁଣୀ ଓ କଣ୍ଡରେଇ ପଞ୍ଚାୟତରେ ବିକ୍ଷୋଭ

ଗୁରୁଡିଝାଟିଆ : ପଞ୍ଚାୟତ ପାଲଟିଛି ଦୁର୍ନୀତି ଓ ଭ୍ରଷ୍ଟାଚାରର କେନ୍ଦ୍ରସ୍ଥଳ। ସରପଞ୍ଚମାନଙ୍କ ଇଙ୍ଗିତରେ ନୀତି ନିୟକୁ ଦଳି ଚକଟି ସରକାରୀ ଯୋଜନାକୁ ଦଳୀୟ ଭିତ୍ତିରେ ପ୍ରଦାନ କରାଯାଉଥିବାରୁ ପ୍ରକୃତ ହିତାଧିକାରୀ ସୁଫଳ ପାଇ ପାରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟମାରଣ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ, ମିଶନ ଜରିଆରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତାକୁ ପ୍ରକୃତ ଲୋକଙ୍କୁ ନଦେଇ ଦଳୀୟ କର୍ମୀମାନେ ମଧୁଚନ୍ଦ୍ରିକା କରି ଏକ ପ୍ରକାର ହଡପ କରୁଥିବାର ବିଜେପି ନେତାମାନେ ଖୁଣ୍ଟୁଣୀ ଓ କଣ୍ଡରେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ ସମୟରେ କହିଥିଲେ। ରାଜ୍ୟ ବିଜେପିର ଡାକରାରେ ସୋମବାର ଆଠଗଡ ବିଜେପି ପକ୍ଷରୁ ଏହି ଦୁଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଦୁର୍ନିତୀ ଓ ଭ୍ରଷ୍ଟାଚାରର ଗନ୍ତାଘର। ଏହାର ଦୃଢ ଜବାବ ଦିଆଯିବ ବୋଲି କହିଥିଲେ । ବିଜେପି ରାଜ୍ୟ ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି , ଜିଲ୍ଲା ସଂପାଦିକା ହେମ ମଞ୍ଜରୀ ଭଞ୍ଜଦେଓ, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ପ୍ରମୋଦ ରାୟ, ଏସସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସତ୍ୟଜିତ୍ ମଲ୍ଲିକ ଅତିଥି ଭାବରେ ଯୋଗଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପ୍ରତିବାଦ କରିଥିଲେ। ୨ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ଖୁଣ୍ଟୁଣୀ ବିଜେପି ମଣ୍ଡଳ ସଭାପତି ଉମେଶ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆନ୍ଦୋଳକରେ ମଣ୍ଡଳ ସଂପାଦକ ସୁବାସ ଚନ୍ଦ୍ର ମହାନ୍ତି, ନିରଞ୍ଜନ ନାୟକ, ଅନ୍ତର୍ଯ୍ୟାମୀ ବେହେରା, ସନ୍ତୋଷ କୁମାର ରାଉତ, ନିର୍ମଳ କୁମାର, ସନ୍ତୋଷ ବେହେରା, ଚିନ୍ମୟ ମଲ୍ଲିକ, ହିମାଂଶୁ ସାହୁ, ପରେଶ ରଞ୍ଜନ ସାହୁ ପ୍ରମୁଖ ବହୁ ଆଗଧାଡିର ଦଳୀୟ କର୍ମୀ ଭାଗନେଇଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories